ବାରାହ ପାଇଁ ପଡିଥିବା କରେଣ୍ଟ ଜାଲରେ ପଡି ଦୁଇ ମୃତ

0
417

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ‌ଫସଲ ହେଉଥିବା ଜମିରେ ପଶି ବାରାହ ଖାଉଥିବାରୁ ଫସଲ ଜମିରେ ବିଦ୍ୟୁତ ଜାଲ ବିଛା ଯାଇଥିଲା l ସେହି ବିଦ୍ୟୁତ ତାର ଲାଗି ଅକାଳରେ ଚାଲିଗଲା ଗୋଟିଏ ପରିବାରର ଦୁଇ ଜୀବନ l ସୂଚନା ଅନୁସାରେ ହିଞ୍ଜିଳି ଥାନା ସିଙ୍ଗିପୁର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସେହି ଗ୍ରାମର ଦୁଇ ଭାଇ ରମେଶ ମୁନି (୬୫), ମଙ୍ଗୁଳୁ ମୁନି (୫୦) ଗତ ରାତିରୁ ଗ୍ରାମ ନିକଟସ୍ଥ ଏକ ଜମିକୁ ପାଣି ପକାଇବାକୁ ଗତ ରାତିରେ ଯାଇଥିଲେ, କିନ୍ତୁ ବହୁ ସମୟ ପର୍ଯ୍ୟନ୍ତ ଆଉ ଫେରିନଥିଲେ। ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ଗ୍ରାମ ନିକଟସ୍ଥ ଜମି ପାଖ ନାଳରେ ପଡ଼ିଥିବା ଦେଖି ହିଞ୍ଜିଳି ପୋଲିସକୁ ଖବର ଦେଇଥିଲେ ଖବର ପାଇଁ ହିଞ୍ଜିଳି ଥାନା ପୋଲିସ ପହଞ୍ଚି ଶବକୁ ଜବତ କରି ହିଞ୍ଜିଳି ଥାନା କେଶ ନଂ ୩୧୦/୨୦ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା ଜଣାପଡିଛି। ବ୍ରହ୍ମପୁର ବଡ଼ ମେଡିକାଲକୁ ଶବ ବ୍ୟବଛେଦ ପାଇଁ ପଠାଇଛନ୍ତି l

LEAVE A REPLY

Please enter your comment!
Please enter your name here