ସମ୍ମାନଜନକ ଜାତୀୟ ସ୍ତରୀୟ ସିବିଏସଇ ପୁରସ୍କାରର ଅଧିକାରୀ ହେଲେ ବ୍ରହ୍ମପୁର ଡି.ଏ.ଭି ସ୍କୁଲ ଶିକ୍ଷୟତ୍ରୀ ସ୍ୱପ୍ନାରାଣୀ

0
1004

ବ୍ରହ୍ମପୁର(ସମ୍ପାଦକ ପ୍ରଣୟ ପଣ୍ଡା)ଆଦର୍ଶ ନାଗରିକ ଏବଂ ରାଷ୍ଟ୍ର ଗଠନରେ ଗୁରୁମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ବହୁ ପୁରାତ୍ତନ କାଳରୁ ରହିଆସିଛି । ତେଣୁ ଆମ ସଂସ୍କୃତିରେ ଗୁରୁ ସର୍ବଦା ପୂଜ୍ୟ ଓ ନମସ୍ୟ । ଆସନ୍ତାକାଲି ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବହୁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପୁରସ୍କୃତ କରୁଛନ୍ତି । ସେଥି ମଧ୍ୟରେ ଜଣେ ହେଉଛନ୍ତି ଆମ ସହରର ଗୋସାଣିନୁଆଗାଁ ସଦାନନ୍ଦ ବିହାରସ୍ଥିତ ଡି.ଏ.ଭି ସ୍କୁଲର ବରିଷ୍ଠ ଶିକ୍ଷୟତ୍ରୀ ତଥା ବହୁ ଦକ୍ଷତା ସମ୍ପହ୍ନା ସୁଶ୍ରୀ ସ୍ୱପ୍ନାରାଣୀ ପାଣିଗ୍ରାହୀ । କରୋନା ଯୋଗୁଁ ଏହି ପୁରସ୍କାର ତାଙ୍କୁ ରାଷ୍ଟ୍ରପତି ଭରଚୁଆଲ କନଫରେନ୍ସି ଦ୍ୱାରା ପ୍ରଦାନ କରାଯିବ । ଏଠାରେ ସ୍ମରଣଯୋଗ୍ୟ ଯେ ବ୍ରହ୍ମପୁର ଶିକ୍ଷୟତ୍ରୀ ସ୍ୱପ୍ନାରାଣୀ ପୂର୍ବ ଭାରତରେ ଜଣେ ମାତ୍ର ଶିକ୍ଷୟତ୍ରୀ ଭାବେ ଏହି ପୁରସ୍କାର ପାଇବା ଗୌରବ ଅର୍ଜନ କରିଛନ୍ତି । ଏହା ନିଶ୍ଚିତ ଭାବେ ଗଞ୍ଜାମ ଜିଲ୍ଲା ସମେତ ସମଗ୍ର ରାଜ୍ୟର ଗୌରବ ବୃଦ୍ଧି କରିବ । ରାଜନୀତି ବିଜ୍ଞାନ, ଇତିହାସରେ ଏମ.ଏ ପାସ କରିବା ସହ ଏମ.ଇଡି ଦକ୍ଷତା ହାସଲ କରିଥିବା ଶିକ୍ଷୟତ୍ରୀ ସ୍ୱପ୍ନାରାଣୀ ସ୍ଥାନୀୟ ଗଜପତି ନଗର ଅଷ୍ଟମ ଲାଇନ ବାସିନ୍ଦା ନଳିନୀକାନ୍ତ ପାଣିଗ୍ରାହୀଙ୍କ କନ୍ୟା ଅଟନ୍ତି । ସେ ପୂର୍ବରୁ ଅନେକ ରାଜ୍ୟ ତଥା ଜାତୀୟ ସ୍ତରରେ ପୁରସ୍କାର ପାଇଛନ୍ତି । ଏଯାବତ ୨୭ ବର୍ଷର ଶିକ୍ଷକତା ଅଭିଜ୍ଞତା ରହିଥିବା ଶିକ୍ଷୟତ୍ରୀ ସ୍ୱପ୍ନାରାଣୀ ଭୁବନେଶ୍ବରଠାରେ ଅନୁଷ୍ଠିତ ଡି.ଏ.ଭି ସ୍କୁଲର ଶୈକ୍ଷିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଭୁବନେଶ୍ୱର ସ୍ଥିତ ସିବିଏସଇ କେନ୍ଦ୍ରରେ ଜୀବିକା ଦକ୍ଷତା ସମ୍ପର୍କିତ କାର୍ଯ୍ୟକ୍ରମରେ ମୁଖ୍ୟ ସାଧନ କର୍ମୀ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ । ଶିକ୍ଷା ବର୍ଷ ୨୦୧୯-୨୦ରେ ସିବିଏସଇ ପକ୍ଷରୁ ପରୀକ୍ଷା ଉତ୍ତର ଖାତା ମୂଲ୍ୟାୟନ ପରିପ୍ରେକ୍ଷୀରେ ଉପ ପରୀକ୍ଷକ ଭାବରେ ଦାୟିତ୍ୱ ତୁଲାଇଥିଲେ । ଶିକ୍ଷୟତ୍ରୀ ସ୍ୱପ୍ନାରାଣୀ ପୂର୍ବରୁ ପାଇଥିବା ରାଜ୍ୟ ସ୍ତରୀୟ ଏବଂ ଜାତୀୟ ସ୍ତରୀୟ ପୁରସ୍କାର ଗୁଡ଼ିକ ମଧ୍ୟରେ ଦେଶର ପ୍ରଧାନମନ୍ତ୍ରୀଙ୍କ ଠାରୁ ‘ପାନୀୟ ଜଳ ସରକ୍ଷଣ’ ସମ୍ପର୍କିତ ଜାତୀୟ ସ୍ତରୀୟ ପୁରସ୍କାର ପାଇଛନ୍ତି । ସେହିଭଳି ‘ଗୋ କ୍ଲିନ ଟୁ ଗୋ ଗ୍ରୀନ’ନାମକ ସିଡ଼ି ପ୍ରୋଜେକ୍ଟରେ ଜାତୀୟ ସ୍ତରୀୟ ‘ଲକ୍ଷ୍ମୀ ମଜୁମଦାର ଆୱାର୍ଡ଼’ ପୁରସ୍କାର ପାଇଛନ୍ତି । ସଂଘୀୟ ସେବା ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କାର ପାଇଛନ୍ତି । ରାଜ୍ୟର ପୂର୍ବତ୍ତନ ରାଜ୍ୟପାଳ ଡକ୍ଟର ଏସ.ସି .ଜମ୍ମିରଙ୍କ ଠାରୁ ‘ସର୍ଭିସ ଷ୍ଟାର ‘ ପାଇଛନ୍ତି । ସେହିଭଳି ରାଜୀବ ଗାନ୍ଧୀ ସମ୍ମାନ, ବସନ୍ତ କୁମାର ବିଶ୍ବାଳ ପୁରସ୍କାର ପାଇଛନ୍ତି। ବିଦ୍ୟାଳୟରେ ଡକ୍ଟର ରାଧାକୃଷ୍ଣନ ଓ ରଘୁରାମ ପୁରସ୍କାର,ରୋଟାରୀ କ୍ଲବ ପକ୍ଷରୁ ‘ରାଷ୍ଟ୍ର ନିର୍ମାଣରେ ଶିକ୍ଷକ’ ପୁରସ୍କାର ସହ କରୋନା ସମୟରେ ଓଡ଼ିଶା ରାଜ୍ୟ ସ୍କାଉଟସ ଏବଂ ଗାଇଡ଼ ପକ୍ଷରୁ ‘ହିରୋ’ ଆୱାର୍ଡ଼ ପାଇଛନ୍ତି । ଗଞ୍ଜାମ ଜିଲ୍ଲାର ସ୍କାଉଟ ଏବଂ ଗାଇଡ଼ର ପ୍ରଶିକ୍ଷଣ କମିଶନର ଭାବେ ଦାୟିତ୍ୱ ତୁଲାଇଛନ୍ତି । ପ୍ରକାଶ ଥାଉକି ଶିକ୍ଷୟତ୍ରୀ ସୁଶ୍ରୀ ସ୍ୱପ୍ନାରାଣୀ ଜାତୀୟ ସ୍ତରୀୟ ଏବଂ ରାଜ୍ୟ ସ୍ତରୀୟ ଅନେକ କ୍ୟାମ୍ପରେ ଯୋଗଦେଇ ନିଜର ଦକ୍ଷତା ପ୍ରମାଣିତ କରିପାରିଛନ୍ତି ।

LEAVE A REPLY

Please enter your comment!
Please enter your name here