କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କର ପୁନର୍ବାର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ-ଜିଲ୍ଲାପାଳ

0
285

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ସକାଶେ ଅନେକ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ଯାହା ଫଳରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗୁଛି ଓ କରୋନା ସଂକ୍ରମିତ ବ୍ୟକ୍ତିଗଣ ଅଧିକ ସଂଖ୍ୟାରେ ସୁସ୍ଥ ହୋଇ ପାରିଛନ୍ତି । ସଂପ୍ରତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କରୋନା ସଂକ୍ରମଣକୁ ରୋକିବା ଦିଗରେ ଆଉଏକ ନୂତନ ପଦକ୍ଷେପ ହାତକୁ ନେଇଛନ୍ତି । ଜିଲ୍ଲାରେ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତି ବିଶେଷଙ୍କର ପୁନର୍ବାର (ଆର୍.ଆର୍.ଟି.) ଯାଂଚ୍ କରାଯିବ । ଚଳିତ ମାସ ଅଗଷ୍ଟ ୨୦ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସ୍ବାସ୍ଥ୍ୟଟିମ୍ ରେ ଏ.ଏନ୍.ଏମ୍., ଆଶା, ଅଙ୍ଗନଓ୍ବାଡି କର୍ମୀ, ଆୟୁଷ ଡାକ୍ତର ଏବଂ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ ଦଳ ଗଠନ ହେବ ଏବଂ ସେହି ଦଳ ନିଜର ସୁରକ୍ଷା ନିମନ୍ତେ ସତର୍କ ରହି କାର୍ଯ୍ୟ ପରିଚାଳନା କରିବେ । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ବିଶେଷଙ୍କ ଘରକୁ ଘର ଯାଇ ସ୍ବାସ୍ଥ୍ୟ ଅବସ୍ଥା ଯାଂଚ୍ କରିବା ସହିତ ସେମାନଙ୍କର ତଥ୍ୟ ଏକ ନିର୍ଦ୍ଧାରୀତ ଫର୍ମରେ ପୂରଣ କରିବେ । ଯଦି ଆବଶ୍ୟକ ପଡେ ତେବେ ଅନ୍ୟଜିଲ୍ଲାରୁ ଡେପୁଟେସନରେ ଆସିଥିବା ଏ.ଏମ୍.ଓ. ଏବଂ ଏଚ୍.ଏମ୍.ଓ. ମାନଙ୍କର ସେବା ମଧ୍ୟ ଗ୍ରହଣ କରି ଏହି କାର୍ଯ୍ୟ ସଂପାଦନା କରିବାକୁ ସୁପରିଣ୍ଟେଣ୍ଡେଣ୍ଟ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସ୍ବାସ୍ଥ୍ୟ ଯାଂଚ୍ ସମୟରେ ଯଦି କୌଣସି ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇ ସୁଦ୍ଧା ପୁନର୍ବାର କରୋନା ସଂକ୍ରମଣ ଲକ୍ଷଣ ରହୁଛି ତେବେ ତୁରନ୍ତ ସେମାନଙ୍କୁ କୋଭିଡ୍ ଚିକିତ୍ସାଳୟକୁ ନେଇ ସେମାନଙ୍କର ଚିକିତ୍ସା କରାଯିବାର କାର୍ଯ୍ୟକ୍ରମ ରହିଛି । ଅକ୍ସିଜେନ ସ୍ତର, ପଲ୍ସ, ତାପମାତ୍ରା ଓ ଅନ୍ୟାନ୍ୟ ଲକ୍ଷଣ ଗୁଡିକ ଯାଂଚ୍ କରିବେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ମହାନଗର ନିଗମ କମିଶନର୍ ଙ୍କ ଦ୍ବାରା ଏହାର ସୁପରିଚାଳନା ନିମନ୍ତେ ସୁପରଭାଇଜର୍ ମାନଙ୍କୁ ନିଯୁକ୍ତି ଦେବେ ।

LEAVE A REPLY

Please enter your comment!
Please enter your name here