ସ୍ୱତନ୍ତ୍ର ଏଡିଏମ୍ ଵିଶାଲ୍ ସିଂ ଙ୍କ ସାମ୍ବାଦିକ ସମ୍ମିଳନୀ

0
385

ଭଞ୍ଜନଗର(ନିଲୁ ବିଶୋଇ)ଭଞ୍ଜନଗର ଉପଖଣ୍ଡ ରେ ଥିବା ୮ ଟି ବ୍ଳକ ଓ ୫ ଟି ଏନ.ଏ. ସି ଅଂଚଳରେ ବର୍ତ୍ତମାନ ସୁଦ୍ଧା ୨୦ ହଜାର ୪୪୦ ଜଣ ଙ୍କ ଉଭୟ ଆରଟିପିସିଆର ଓ ଆଣ୍ଟିଜେନ ଟେଷ୍ଟ କରାଯାଇଛି। ବର୍ତ୍ତମାନ ଦୈନିକ ୪୦୦ ରୁ ଉର୍ଦ୍ଧ୍ବ ପରୀକ୍ଷା କରାଯାଉଥିବା ସ୍ୱତନ୍ତ୍ର ଏଡିଏମ୍ ଵିଶାଲ୍ ସିଂ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଗତ ୧୦ ଦିନ ମଧ୍ୟରେ ୩୭% ଟେଷ୍ଟ ହୋଇଛି। ଆଜି ସୁଦ୍ଧା ଉପଖଣ୍ଡ ରେ ୩୩୨୯ ଜଣ ଆକ୍ରାନ୍ତ ହୋଇଛନ୍ତି। ଯେଉଁ ଥିରେ ୪୮୭ ଜଣ କୋରନା ଯୋଦ୍ଧା ରହିଛନ୍ତି । ଉପଖଣ୍ଡ ରେ ୨୮୦୮ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୪୬୩ ଜଣ ବର୍ତ୍ତମାନ ବିଭିନ୍ନ କୋଭିଡ଼ ହସ୍ପିଟାଲ , କୋଭିଡ଼ ହୋମ ଓ କୋଭିଡ଼ କେୟାର ସେଣ୍ଟର ରେ ଚିକିତ୍ସିତ ହେଉଛନ୍ତି ଏବଂ ୫୮ ଜଣ ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି। ଉପଖଣ୍ଡ ର ୮୬% ଗ୍ରାମ ଗ୍ରୀନ ଜୋନ ହୋଇ ସାରିଥିବା ବେଳେ ୫ ଟି ଏନ ଏ ସି ର ୭୦ ଟି ୱାଡ଼ ରୁ ୩୭% ୱାଡ଼ ଗ୍ରୀନ ଜୋନ ରେ ରହିଛି। ସହରାଞ୍ଚଳରେ ବାସିନ୍ଦା ଅଧିକ ସତର୍କତା ଅବଲମ୍ବନ କରିବାକୁ ସେ କହିଛନ୍ତି। ପରିସ୍ଥିତି ବର୍ତ୍ତମାନ ଧୀରେ ଧୀରେ ନିୟନ୍ତ୍ରଣ ଆଡ଼କୁ ଗତି କରୁଛି। କୋରନା ମୁକାବିଲା ରେ ସହଯୋଗ କରିଥିବା ରୁ ଶ୍ରୀ ସିଂ ଉପଖଣ୍ଡ ର ସମସ୍ତ ଜନସାଧାରଣ ଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଗକୁ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here