“ପାନ” କମ୍ପାନୀ ତରଫରୁ ବିକ୍ରେତା ଓ ଚାଷୀ ସମାବେଶ

0
349

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୋଣ୍ଡାଗୁଡା ଗ୍ରାମରେ ଦେଶର ପ୍ରମୁଖ ଧାନ କମ୍ପାନୀ “ପାନ” ତରଫରୁ ଏକ ବିହନ ବିକ୍ରେତା ଓ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପାନ କମ୍ପାନୀ ଜିଲ୍ଲାର ବିଭିନ୍ନ ବ୍ଲକ ରେ ୨୪୨୩ ଓ ୮୦୪ ଧାନ ବିହନ ଯୋଗାଇ ଦିଆଯାଇଛି । ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ବିଭିନ୍ନ ବିହନ ବିକ୍ରେତା ବହୁଳ ମାତ୍ରାରେ ଚାଷୀଙ୍କୁ ବିହନ ବିକ୍ରୟ କରିଛନ୍ତି । ଚଳିତ ବର୍ଷ ମଧ୍ୟ ଅଞ୍ଚଳରେ ଉକ୍ତ ପାନ କମ୍ପାନୀ ର ଧାନ ଭଲ ଚାଷ ହୋଇଥିବା ଜଣାପଡିଛି । ଚାଷୀ ଏହି ପାନ କମ୍ପାନୀର ଧାନ ଲଗାଇ ଭଲ ଅମଳ କରିଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି । ଆଗାମୀ ବର୍ଷ ମଧ୍ୟ ପାନ କମ୍ପାନୀ ର ଧାନ ଚାଷୀ ବ୍ୟବହାର କରିବା ପାଇଁ କହିଛନ୍ତି । ସେହିପରି ପାନ କମ୍ପାନୀ ଧାନ ବିହନ ବ୍ୟତୀତ ଭେଣ୍ଡି , ବନ୍ଧା କୋବି , ଟମାଟୋ , ବିନ୍ସ , ଫୁଲ କୋବି ଭଳି ବିଭିନ୍ନ କିସମର ବିହନ ମଧ୍ୟ ଉପଲବ୍ଧ ଥିବା କମ୍ପାନୀର କର୍ମକର୍ତ୍ତା ମାନେ ଉପସ୍ଥିତ ବିକ୍ରେତା ଓ ଚାଷୀଙ୍କୁ ସୂଚନା ଦେଇଥିଲେ । ପାନ କମ୍ପାନୀ ପକ୍ଷରୁ ଏକ ଡେମୋ ଧାନ ବିଲ କୁ ପରିଦର୍ଶନ କରିଥିଲେ । ସେଠାରେ କମ୍ପାନୀ ର ବହୁ ପ୍ରକାର ଧାନ ଲଗାଯାଇ କିଭଳି ଚାଷ କରାଯାଇଛି ଓ କେଉଁ ଧାନ କିଭଳି ଅମଳ ହେଉଛି ତାକୁ ସମସ୍ତ ଚାଷୀ ଓ ବିହନ ବିକ୍ରେତା ଙ୍କୁ ଦେଖାଇଥିଲେ । ଏହି କାର୍ଯ୍ୟକ୍ରମ ରେ ପାନ କମ୍ପାନୀର କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here