ଦୋକାନ ବାରଣ୍ଡାରେ ଟଳିପଡିଲେ ନାରାୟଣ

0
454

ବୁଗୁଡା(ଅନିଲ କୁମାର ମହାରଣା)ବୁଗୁଡା ଥାନା, ବି.କରଡ଼ାବାଡ଼ି ଗ୍ରାମର ଜଣେ ଆସାମରୁ ଫେରିଥିବା ଶ୍ରମିକ ଏକ ଦୋକାନ ବାରଣ୍ଡାରେ ବସିଥିବା ବେଳେ ହତାତ୍ ଟଲିପଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସୋମବାର ଅପରାହ୍ନ ୪ଟା ସମୟରେ ଆସାମ ଫେରନ୍ତା ଶ୍ରମିକ ନାରାୟଣ ପ୍ରଧାମ (୪୫) ତାଙ୍କ ଗ୍ରାମର ମୁଖ୍ୟ ରାସ୍ତାର ବନ୍ଧ ନିକଟରେ ଥିବା ଏକ ଦୋକାନ ବାରଣ୍ଡାରେ ବସିଥିଲେ। ବସିଥିବା ବେଳେ ହତାତ୍ ସେ ଟଳି ପଡିଯାଇଥିଲେ। ଏହା ଦେଖି ଉପସ୍ଥିତ ଲୋକମାନେ ନାରାୟନଙ୍କୁ ତଳୁ ଉଠାଇ ଦେଖିଲା ବେଳକୁ ତାଙ୍କର ପ୍ରାଣବାୟୁ ଚାଲିଯାଇଥିଲା। ନାରାୟଣ ଆସାମରୁ ଫେରିବା ପରେ ସଙ୍ଗରୋଧରେ ରହି ଘରକୁ ଫେରିଥିଲେ। ଗ୍ରାମକୁ ଆସିବା ପରେ ପ୍ରାୟ ଏକ ମାସ ପୂର୍ବେ ଥଣ୍ଡା ଜ୍ୱର ହେବା ଯୋଗୁଁ ଭଞ୍ଜନଗର ଯାଇ ୭ ଦିନ ରହି ସ୍ୱାବ ଟେଷ୍ଟ କରି ନେଗେଟିଭ ଚିହ୍ନଟ ହେବା ଯୋଗୁଁ ଗ୍ରାମକୁ ଫେରିଥିଲେ। କରୋନା ମହାମାରୀ ସମୟରେ ଏହିଭଳି ଆକସ୍ମିକ ମୃତ୍ୟୁ ଯୋଗୁଁ ଲୋକଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସହ ଭୟର ବାତା ବରଣ ମଧ୍ୟ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here