କରୋନାରେ ଔଷଧ ବ୍ୟବସାୟୀଙ୍କ ଦେହାନ୍ତ

0
322

ପୋଲସରା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା ପୋଲସରା ସହରରେ କରୋନା ସଂକ୍ରମଣରେ ଶନିବାର ଦିନ ଜଣେ ଔଷଧ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଜଣକ ହେଲେ ପୋଲସରା ସହର ଅବନ୍ତି ନଗରର କେ. ନାଗରାଜ ପୃଷ୍ଟି। ପୋଲସରା ମେଡିକାଲ ଛକ ନିକଟରେ ବହୁ ବର୍ଷ ଧରି ସେ ମେଡ଼ିସିନ ଷ୍ଟୋର କରି ବ୍ୟବସାୟ କରି ଆସୁଥିଲେ। ଗତ ଏକ ସପ୍ତାହ ତଳେ ସ୍ଥାନୀୟ ପ୍ରଶାସନଙ୍କ ନିର୍ଦ୍ଦେଶ ପ୍ରକାରେ କେ. ନାଗରାଜ ପୋଲସରା ଗୋପବନ୍ଧୁ ହାଇସ୍କୁଲ ରେ ନିଜର ନମୁନା ଟେଷ୍ଟ କରିଥିଲେ। ପରୀକ୍ଷା ପରେ କେ.ନାଗରାଜ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଯାହା ଫଳରେ ସେ ନିଜ ଘରେ ଆଇସୋଲେସନ୍ ରେ ରହିଥିଲେ । ଘରେ ସେ ୩ ଦିନ ସଙ୍ଗରୋଧରେ ରହିବା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଦିଗକୁ ଗତି କରିବାରୁ କେ.ନାଗରାଜ ପୃଷ୍ଟି କୁ ତୁରନ୍ତ ଶିତଳପଲ୍ଲୀ ସ୍ଥିତ କୋଭିଡ଼ ହସ୍ପିଟାଲକୁ ନିଆ ଯାଇଥିଲା।ସେଠାରେ ଶ୍ରୀ ପୃଷ୍ଟି ଚିକିତ୍ସାଧୀନ ଥିବା ବେଳେ ଅଗଷ୍ଟ ୧ ତାରିଖ ଶନିବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଶ୍ରୀ ପୃଷ୍ଟିଙ୍କ ମୃତ୍ୟୁ ଖବର ଜଣା ପଡିବା ପରେ ପୋଲସରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ରାଜା ପୃଷ୍ଟି ଙ୍କ ଅକାଳ ବିୟୋଗରେ ସମସ୍ତ ବନ୍ଧୁ ବାନ୍ଧବ ଓ ଔଷଧ ଦୋକାନୀ ମାନେ ତାଙ୍କ ବାସଭବନ ସମ୍ମୁଖରେ ପହଞ୍ଚି ଶୋକାକୁଳ ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here