କରୋନାରେ ମୃତ ୨ ସାମ୍ବାଦିକଙ୍କ ପରିବାରକୁ   ରାଜ୍ୟ ସରକାରଙ୍କ ସହାୟତା

0
492

ଭୁବନେଶ୍ୱର(ନ୍ୟୁଜ ଏକ୍ସଟ୍ରା) କରୋନାରେ ମୃତ ଦୁଇ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିବାର ପିଛା ୧୫ଲକ୍ଷଲେଖାଏଁ ସହାୟତା ରାଶି ମଞ୍ଜୁର କରିଛନ୍ତି। ଦିବଙ୍ଗତ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ ଓ କେ.ସିଏଚ ରତ୍ନମଙ୍କ ପରିବାରକୁ ଏହି ସହାୟତା ପ୍ରଦାନ କରାଯାଇଛି।ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ତଥା ମିଡିଆ ସେଲ ଅଧ୍ୟକ୍ଷ ମାନସ ମଙ୍ଗରାଜ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

କରେନାରେ ମୃତ୍ୟୁ ବରଣ କରିଥିବା ଏହି ଦୁଇ ଜଣ ସାମ୍ବାଦିକଙ୍କ ମଧ୍ୟରୁ ଜଣେ ହେଲେ ଗଞ୍ଜାମ ଜିଳ୍ଲାର ସମାଜ ଖବର କାଗଜ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ ଓ ଗଜପତି ଜିଲ୍ଲାର ନ୍ୟୁଜ ଟୁଡେର ପ୍ରତିନିଧି କେ.ଚନ୍ଦ୍ର ରତ୍ନମ ଭାବେ କାର୍ଯ୍ୟରତ ଥିଲେ ।

ପୂର୍ବରୁ ବ୍ରହ୍ମପୁର ପ୍ରେସ କ୍ଳବ ପକ୍ଷରୁ ବହୁବାର ସ୍ୱର ଉତ୍ତୋଳନ କରାଯିବା ସହ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ଦିଆଯାଇଥିଲା। ତେଣୁ ମୁଖ୍ୟମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଇଥିବାରୁ ପ୍ରେସ କ୍ଳବ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଉଛି।

LEAVE A REPLY

Please enter your comment!
Please enter your name here