ସତର୍କ ରହିବାକୁ ନିର୍ଦ୍ଦେଶ ; ସମ୍ଭାବ୍ୟ ବନ୍ୟା ଓ ପ୍ରାକ୍ ପ୍ରସ୍ତୁତି ସମୀକ୍ଷା କଲେ ଭଞ୍ଜନଗର ଉପଜିଲ୍ଲାପାଳ

0
532

ଭଞ୍ଜନଗର(ନିଲୁ ବିଷୋୟୀ) ଭାରତୀୟ ପାଣିପାଗ ବିଭାଗର ସୂଚନା ପ୍ରକାରେ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ୨ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଶନିବାର ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଉପଖଣ୍ଡର ବିଭିନ୍ନ ଅଞ୍ଚଳ ବୁଲି ପ୍ରସ୍ତୁତି ତଦାରଖ କରିଛନ୍ତି। ଉପଖଣ୍ଡର ଧରାକୋଟ ବ୍ଲକର ଜାନିବିଲି ଚେକ୍ଡ୍ୟାମ ଅଂଚଳ , ତଳିଆଞ୍ଚଳ ଓ ଆସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିବା ସହ ପଦାଧିକାରୀ ଙ୍କ ସହ ଆଲୋଚନା କରିଛନ୍ତି। ବିଶେଷ କରି ସୋରଡା , ଶେରଗଡ଼ , ଧରାକୋଟ ପ୍ରତି ଅଧିକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ୍ରାଫ , ମେଡିକାଲ ଟିମ ଓ ରିଲିଫ ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here