“ଜଗନ୍ନାଥ ପ୍ରସାଦ ବ୍ଲକ ୱେବ ମିଡ଼ିଆ ସଂଘ'” ର ଜରୁରୀ ବୈଠକ

0
421

ଜଗନ୍ନାଥ ପ୍ରସାଦ(ନିଲୁ ବିଶୋଇ)ଗଞ୍ଜାମ ଜିଲ୍ଲା “ଜଗନ୍ନାଥ ପ୍ରସାଦ ବ୍ଲକ ୱେବ ମିଡ଼ିଆ ସଂଘ” ର ଏକ ଜରୁରୀ ବୈଠକ ଲଂକାଗଡ ଠାରେ ବରିଷ୍ଠ ସାମ୍ବାଦିକ ନିରାକାର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି।ସାମ୍ବାଦିକ ପବିତ୍ର କୁମାର ମହାପାତ୍ର ସମସ୍ତଙ୍କୁ ସ୍ୱାଗତ କରି ନିଜ ବକ୍ତବ୍ୟ ରଖିଥିଲେ। ସାମ୍ପ୍ରତିକ କୋରନା ପରିସ୍ଥିତି ରେ ସାମ୍ବାଦିକ ମାନଙ୍କ ଭୁମିକା ସମ୍ପର୍କରେ ଆଲୋଚନା ହୋଇଥିଲା।ସେତେ ଆବଶ୍ୟକ ସ୍ଥଳେ ଖବର ସଂଗ୍ରହ ପାଇଁ ସାମ୍ବାଦିକ ମାନେ ପଦାକୁ ବାହାରିବା ପାଇଁ ନିଷ୍ପତ୍ତି ହୋଇଥିଲା।ସାମ୍ବାଦିକ ମାନଙ୍କ ଏକତା ପାଇଁ ବିଭିନ୍ନ ପଦକ୍ଷେପ ନେବା ସହ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଈଁ ବୈଠକରେ ଆଲୋଚନା ହୋଇଥିଲା।ସାମ୍ବାଦିକ ମାନେ ନିଜସ୍ୱ ମତ ଉପସ୍ଥାପନ କରିଥିଲେ। ଉକ୍ତ ବୈଠକରେ ସାମାଜିକ ଦୂରତା ରକ୍ଷା କରି ସାମ୍ବାଦିକ ମାନେ ବସିଥିଲେ।ଉକ୍ତ ଜରୁରୀ ବୈଠକ ରେ ଜଗନ୍ନାଥ ପ୍ରସାଦ ବ୍ଲକ ୱେବ ମିଡ଼ିଆ ସଂଘ ର ନିରାକାର ସାହୁ,ପବିତ୍ର କୁମାର ମହାପାତ୍ର, ଗିରିଶ ସାହୁ,ପ୍ରିୟବ୍ରତ ନାୟକ, ଆଶିଷ କୁମାର ଗୌଡ଼,ନାଚିକେତ ପ୍ରଧାନ,ମନୋଜ କୁମାର ଗୌଡ଼,ଜଗନ୍ନାଥ ପ୍ରଧାନ,ସୂର୍ଯ୍ୟନାରାୟଣ ପଣ୍ଡା,ସନ୍ତୋଷ କୁମାର ଜେନା,ବିରୂପ।କ୍ଷ ପାତ୍ର, ଚିତ୍ର ସେନ ପ୍ରଧାନ,ନିଲୁ ବିଷୋୟୀ, ଲଷ୍ମୀ ନାରାୟଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ।ସାମ୍ବାଦିକ ସୂର୍ଯ୍ୟନାରାୟଣ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେବାପରେ ବୈଠକ ଶେଷ ହୋଇଥିଲା।

LEAVE A REPLY

Please enter your comment!
Please enter your name here