ଦିନଦିପହରରେ ବନ୍ଧୁକ ମୁନରେ ସୁନାଋଣ ସଂସ୍ଥାରୁ ଡକାୟତି ଉଦ୍ୟମ ବିଫଳ; ପୋଲିସର ତନାଘନା ଜାରି

0
608

ବ୍ରହ୍ମପୁର ୩୧/୭(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ବ୍ରହ୍ମପୁରର ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଦିନ ୧୧ଟାରେ ଲୁଟ ଉଦ୍ୟମ କରି ପୋଲିସକୁ ଆଶର୍ଯ୍ୟା ଚକିତ କରାଇଛନ୍ତି ଦୃବୁତ |
ସୂଚନା ଅନୁସାରେ ଘଟଣାଟି ଘଟି ଯାଇଛି ଡି.ପଲ ସ୍କୁଲ ନିକଟରେ ଥିବା ଗୋଲଡ଼ ଲୋନ ଫାଇନାନ୍ସ କମ୍ପାନୀରେ | ଦୃବୁତମାନେ ପ୍ରାୟ ସକାଳ ୧୧ଟା ସମୟରେ କମ୍ପାନୀ ଗୃହ ମଧ୍ୟକୁ ଜବରଦସ୍ତ ଦାଖଲ ହୋଇ କାର୍ଯ୍ୟରତ ତିନିଜଣ କର୍ମଚାରୀଙ୍କୁ ମାଉଜର ଦେଖାଇ ଲକର ଚାବି ମାଗିଥିଲେ | କିନ୍ତୁ କର୍ମଚାରୀମାନେ ଏଥିରେ ଆବୋରଧ କରିବାରୁ ଦୁର୍ବୁତ୍ତ ମାନେ ସେମାନଙ୍କୁ ନିସ୍ତୁକ ମାଡ଼ ମାରି ବାନ୍ଧି ଗାଧୁଆଘରେ ବନ୍ଦ କରିଦେଇଥିଲେ | ଅନ୍ୟ ଏକ ଝାଡ଼ୁମାରୁଥିବା ମହିଳା କର୍ମଚାରୀ ଅଫିସ ଭିତରକୁ ଆସୁଥିବା ଦେଖି,ତାକୁ ମଧ୍ୟ ବନ୍ଧୁକ ଦେଖାଇ ଧମକାଇ ପାଟି ଚୁପ କରି ରହିବାକୁ କହିଥିଲେ | ଦୃବୁତମାନେ ଲୁଟ କରିବାରେ ବିଫଳ ହେଲାପରେ କର୍ମଚାରୀମାଙ୍କଠାରୁ ତିନୋଟି ମୋବାଇଲ ଫୋନ ନେଇ ଘଟଣାସ୍ଥଳରୁ ଚମ୍ପଟମାରିଥିଲେ | ଆହତ କର୍ମଚାରୀମାନେ ହେଲେ ମୃତୁଞ୍ଜୟ ନାୟକ, ମିହିର ପ୍ରଧାନ ଓ ଡି.ଶ୍ରୀଧର ଆଚାରୀ |କର୍ମଚାରୀମାନେ ଏ ନେଇ ବୈଦ୍ୟନାଥପୁର ଥାନାରେ ଏତେଲା କରିଥିଲେ |
ଏତେଲା ପାଇ ପେଟ୍ରୋଲିଙ୍ଗରେ ଥିବା ଏସ.ଆଇ ଶ୍ରୀ ନାରାୟଣ ସ୍ୱାଇଁ ଓ ତାଙ୍କ ଟିମ କର୍ମଚାରୀମାନଙ୍କୁ ଉଧାର କରି ମେଡିକାଲରେ ଭର୍ତି କରିଥିଲେ| ବୈଦ୍ୟନାଥପୁର ଥାନା ଅଧିକାରୀ ଶ୍ରୀ ସାରଦା ପ୍ରସନ୍ନ ଦାସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ ଓ ସାଇଣ୍ଟିଫିକ ଟିମ ମଧ୍ୟ ପହଂଚିଥିଲେ |ତଦନ୍ତରୁ ଜଣାପଡିଥିଲା ଯେ ଚାରି ଜଣ ଦୃବୁତ ଥିଲେ,ସେମାନେ ହିନ୍ଦୀ ଭାଷାରେ କଥା ହେଉଥିଲେ ଓ ବାହାର ରାଜ୍ୟର ଭଳି ବେଶଭୂଷା ଥିଲା |
କାର୍ଯ୍ୟାଳୟରେ ଲାଗିଥିବା ସିସି ଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଛି | ଜନଗହଳି ପୁର୍ଣ ଅଂଚଳରେ ଲୁଟ ଉଦ୍ୟମ ହୋଇଥିବାରୁ ପୋଲିସ ଏହି ଘଟଣାକୁ ପ୍ରାଧାନ୍ୟ ଦେଇଛି ଓ ତଦନ୍ତ ଜୋରଦାର ସହ ଯଥାଶୀଘ୍ର ଦୃବୁତଙ୍କୁ ଗିରଫ କରାଯିବ ବୋଲି ଏ .ଏସ .ପି ଶ୍ରୀ ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here