ଅଗ୍ନିଶମ ବାହିନୀ ସହଯୋଗରେ ବ୍ରହ୍ମପୁର ସହରରେ ବିଶୁଦ୍ଧିକରଣ ଜାରୀ

0
403

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ)ଲକ୍ ଡାଉନ୍‌ ପାଳନ କରି ମହାମାରୀ କରୋନା ଭୁତାଣୁ ସଂକ୍ରମଣରୁ ଜନସାଧାରଙ୍କୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର,ପ୍ରଶାସନ ଓ ପୋଲିସ ପକ୍ଷରୁ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାସ୍ତରରେ ବ୍ରହ୍ମପୁର ବିଇଏମସି କମିଶନର ଚକ୍ରବର୍ତ୍ତି ସିଂ ରାଠୋଡ଼ଙ୍କ ନେତୃତ୍ୱରେ ସହରର ଜନଗହଳିପୂର୍ଣ୍ଣ ସ୍ଥାନ ସୋଡିୟମ୍ ହାଇଡ୍ରୋ କ୍ଲୋରାଇଡ୍ ବ୍ୟବହାର କରାଯାଇ ବିଶୁଦ୍ଧିକରଣ ଆରମ୍ଭ ହୋଇଥିବା ଯୋଜନାରେ ଆଜି ଅଗ୍ନିଶମ ବିଭାଗ ଦ୍ୱାରା ବ୍ରହ୍ମପୁରର ଗୋସାଣିନୁଆଗାଁ ଥାନା ଠାରୁ ଅନ୍ଧପସରା ରୋଡ଼,ରାମଲିଙ୍ଗମ ଟେଙ୍କ ରୋଡ଼,ଗୋସାଣିନୁଆଗାଁ ଓଭରବ୍ରିଜ ଠାରୁ ଲାଞ୍ଜିପଲି ଫାଣ୍ଡି ଦେଇ ଜାତୀୟ ରାଜପଥ, ଜେଲ ଟ୍ରେନିଂ ସ୍କୁଲ,ଗେଟ ବଜାର ଛକ ଠାରୁ ରେଡ୍ଡୀ ଗେରେଜ ରୋଡ଼,ଅମିତ ହସ୍ପିଟାଲ ଏବଂ ଏହାର ସାମ୍ନା ସାହି,କୋଭିଡ କେର ସେଣ୍ଟର, ଡିଏଚଏଚ,ସିଟି ହସ୍ପିଟାଲ,ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ କଲେଜ ଏବଂ ହସ୍ପିଟାଲ, ହୋମିଓପ୍ୟାଥିକ ବାଳକ ଓ ବାଳିକା ଛାତ୍ରାବାସ, ସରସ୍ୱତୀ ଶିଶୁ ମନ୍ଦିର ନିଲାକଣ୍ଠନଗର,କୋଭିଡ ପରୀକ୍ଷଣ ସେଣ୍ଟର, ଏମକେସିଜି, ସର୍କିଟ ହାଉସ, ସୁବାଷ ନଗର, ଗୋପାଳପୁର ଷ୍ଟେଟ ବେଙ୍କ ଅଫ ଇଣ୍ଡିଆ ଓ ପୋଷ୍ଟ ଅଫିସ,ଅଶୋକ ନଗର ଇତ୍ୟାଦି ଅଞ୍ଚଳକୁ ବିଶୁଦ୍ଧିକରଣ କରାଯାଇଛି । ଅଗ୍ନିଶମ ବିଭାଗର ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର ଏହି ବିଶୋଧନ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛନ୍ତି ଏବଂ ଏହି ଟିମର ଅନ୍ୟ କର୍ମକର୍ତ୍ତାମାନେ ହେଲେ ଦିଲ୍ଲୀପ ମହାରଣା,ସୀତ ଗୌଡ଼ ଓ ଚିତରଞ୍ଜନ ବେହେରା ।ସହକାରୀ ଅଗ୍ନିଶମ ଅଧିକାରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ,୧୦୦ଲିଟର ପାଣିରେ ଗୋଟିଏ ଲିଟର ସୋଡିୟମ୍ ହାଇଡ୍ରୋ କ୍ଲୋରାଇଡ୍ କେମିକାଲ୍ ମିଶାଇ ବିଶୋଧନ କରାଯାଉଛି ।

LEAVE A REPLY

Please enter your comment!
Please enter your name here