ମୋଷ୍ଟ ୱାଣ୍ଟେଡ ବିକାଶ ଦୁବେ ପୁଲିସ ଏନକାଉଣ୍ଟରରେ ନିହତ

0
484

କାନପୁର:ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେ ପୁଲିସ ଏନକାଉଣ୍ଟରରେ ନିହତ ହୋଇଛି । ମଧ୍ୟପ୍ରଦେଶର ଉଜ୍ଜୟିନୀ ସ୍ଥିତ ମହାକାଳେଶ୍ଵର ମନ୍ଦିର ଠାରେ ଗିରଫ ହୋଇଥିବା ବିକାଶଙ୍କୁ ଗୁରୁବାର ଦିନ କାନପୁର ଅଣାଯାଉଥିବା ବେଳେ ବିକାଶ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଏନକାଉଣ୍ଟର କରିଥିଲା । ମିଳିଥିବା ସୂଚନା ଅନୁସାରେ, କାନପୁର ଅଣାଯିବା ସମୟରେ ଏସଟିଏଫ ଟିମ ସହ ବିକାଶ ଦୁବେ ବସିଥିବା ଗାଡ଼ି ଆଜି ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପରେ ସେ ଖସିପଳାଇବାକୁ ଉଦ୍ୟମ କରିଥିବା ବେଳେ ପୁଲିସର ଏନକାଉଣ୍ଟରରେ ପ୍ରାଣ ହରାଇଥିବା ସୂଚନା ମିଳିଛି।ମୋଷ୍ଟ ଓ୍ୱାଣ୍ଟେଡ ବିକାଶକୁ ଧରିବା ପାଇଁ ୪୦ଟି ଟିମ୍ ଗଠନ କରାଯାଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରେ ତାକୁ ଖୋଜୁଥିଲା ଉତ୍ତରପ୍ରଦେଶ ଏସଟିଏଫ୍ । ବିଗତ ସାତ ଦିନ ଭିତରେ ବିକାଶ ଦୁବେର ପାଞ୍ଚ ସହଯୋଗୀଙ୍କୁ ଏନକାଉଣ୍ଟର କରିଥିଲା ଉତ୍ତରପ୍ରଦେଶ ପୋଲିସ ।

ସୂଚନା ଅନୁଯାୟୀ, ବିକାଶର ମୃତଦେହ ଏବେ ଲାଜପଥ ରାୟ ହସ୍ପିଟାଲରେ ରହିଛି। ଏଠାରେ ପୁଲିସ୍ ଓ ଡାକ୍ତରୀ ଟିମ ଉପସ୍ଥିତ ରହିଛନ୍ତି। ଜୁନ୍ ୩ରେ କାନପୁରରେ ବିକାଶ ଓ ତା’ର ସହଯୋଗୀମାନେ ଆଖିବୁଜା ଗୁଳିମାଡ଼ କରି ୮ ଜଣ ପୁଲିସ୍ କର୍ମଚାରୀଙ୍କୁ ହତ୍ୟା କରିଥିଲେ। ସେବେଠାରୁ ପୁଲିସ୍ ବିକାଶକୁ ଖୋଜୁଥିଲା। ବିକାଶକୁ ଖୋଜିବା ବେଳେ ପୁଲିସ୍ ତା’ର ୩ ଜଣ ସହଯୋଗୀଙ୍କୁ ଏନକାଉଣ୍ଟର କରିଥିଲା। ଏବେ ବିକାଶର ମଧ୍ୟ ସମାନ ଅବସ୍ଥା ଘଟିଛି।

LEAVE A REPLY

Please enter your comment!
Please enter your name here