ଡୁମାକୁମ୍ପା କଣ୍ଟେନମେଣ୍ଟ ଜୋନ ଘୋଷଣା

0
394

ଭଞ୍ଜନଗର(ନିଲୁ ବିଶୋଇ)ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଡୁମାକୁମ୍ପା ପଞ୍ଚାୟତ ଡ଼ୁମାକୁମ୍ପା ଗ୍ରାମକୁ ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।ସୂଚନାଯୋଗ୍ୟ ଯେ ଏହି ଗ୍ରାମରୁ ଜଣେ ସୁରଟ ଫେରନ୍ତା ପଜିଟିଭ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ଉକ୍ତ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ କରିବା ପାଇଁ ବ୍ଲକ ପ୍ରଶାସନ ତରଫରୁ ଜିଲ୍ଲା ପ୍ରଶାସନଙ୍କୁ ଅପିଲ କରା ଯାଇଥିଲା । ଫଳରେ ଗତକାଲି ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶ ଆସିବା ପରେ ଡୁମାକୁମ୍ପା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ପରିସର ଭୁକ୍ତ କରାଯିବା ସହ ଉକ୍ତ ଗ୍ରାମର ଆଖ ପାଖରେ ଥିବା ଆଖୁ ପଦର,ଗୁଡ଼ି ପଦର ଓ ଶାର୍ଦ୍ଦୁଳ ଗ୍ରାମକୁ ବଫର ଜୋନ ପରିସର ଭୁକ୍ତ କରାଯାଇଛି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଠି ନମ୍ବର ( ୪୪୦୪/୦୬ – ୩.୭.୨୦)ରେ ଉଲ୍ଲେଖ କରାଯାଇ ସମସ୍ତ ତଥ୍ୟ ପ୍ରଦାନ କରାଯାଇଛି। ଉକ୍ତ ଗ୍ରାମକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାଘାଟକୁ ବାଉଁଶ ବାଡ଼ କରାଯାଇ ସିଲ କରି ଦିଆଯାଇଛି। ପ୍ରକାଶ ଥାଉକି ପୂର୍ବରୁ ଏହି ବ୍ଳକ ଅନ୍ତର୍ଗତ ବ୍ରାହ୍ମଣପଦର ପଂଚାୟତ ଅନ୍ତର୍ଗତ ଝାଳିଆଗୋଛା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସେହିପରି ଏନ.ଏ. ସି ର ଛଅ ଓ ବାର ନମ୍ବର ୱାଡ଼କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ସିଲ୍ କରି ଦିଆଯାଇଛି ଏବଂ ଅନ୍ୟ ସମସ୍ତ ୱାଡ଼ କୁ ବଫର ଜୋନ ପରିସର ଭୁକ୍ତ କରାଯାଇଛି।

LEAVE A REPLY

Please enter your comment!
Please enter your name here