କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ

0
353

ଭଞ୍ଜନଗର(ନିଲୁ ବିଶୋଇ)୧୨ଗୋଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଡାକରା ପ୍ରକାରେ ଗତକାଲି ୮ ଦଫା ଦାବି ନେଇ ପ୍ରତେକ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବାପାଇଁ ନିର୍ଦେଶ ଦିଆଯାଇଥିବା ବେଳେ ଭଞ୍ଜନଗର ଶ୍ରମିକ କର୍ମଚାରୀ ସମନ୍ଵୟ ସମିତି ର ସମ୍ପାଦକ ହରେକୃଷ୍ଣ ସାହୁ ଙ୍କ ନେତୃତ୍ୱ ରେ ଭଞ୍ଜନଗର ଭାରତ ସଂଚାର ନିଗମ ଲିମିଟେଡ଼ କାର୍ଯ୍ୟାଳୟ ସମୁଖରେ କାଜୁଏଲ କର୍ମଚାରୀମାନେ “କେନ୍ଦ୍ର ସରକାର ଙ୍କ ଶ୍ରମିକ ବିରୋଧୀ ନୀତି ” ବିରୁଦ୍ଧରେ ସାମାଜିକ ଦୂରତା ନିୟମ ମାନି ବିକ୍ଷୋବ ପ୍ରଦର୍ଶନ କରିଥିଲେ । କେନ୍ଦ୍ରୀୟ ଶ୍ରମ ଆଇନ କୁ ତୁରନ୍ତ ପ୍ରତ୍ୟାହାର କରିବା, ୮ ଘଣ୍ଟା କାର୍ଯ୍ୟ ବଦଳରେ 12 ଘଣ୍ଟା କାର୍ଯ୍ୟ ଆଇନ କୁ ରଦ୍ଦକରିବା, ରାଷ୍ଟ୍ରାୟତ ସଂସ୍ଥା କୁ ଘରୋଇ କମ୍ପାନୀ ହାତ କୁ ଟେକିଦେବା, ଡି ଏ ଓ ଡି ଆର 18 ମାସ ପର୍ଯ୍ୟନ୍ତ ବନ୍ଦ କରିବା ପ୍ରତ୍ୟାହାର କରାଯାଉ, ବିଦେଶୀ କମ୍ପାନୀ ଓ ଦେଶୀ କମ୍ପାନୀ ଙ୍କ ଭାଗୁଆଳି ଗବେଷଣା ବନ୍ଦ କରାଯାଉ, ପ୍ରତିରକ୍ଷା ବିଭାଗ ରୁ 74% ପୁଞ୍ଜି ପ୍ରତ୍ୟାହାର ବନ୍ଦ କରାଯାଉ, କୃଷିକ୍ଷେତ୍ରରେ ଅଧିକପୁଞ୍ଜି ବିନିଯୋଗ କରାଯାଉ, ପୁଞ୍ଜିପତି ତୋଷଣନୀତି ବିରୁଦ୍ଧରେ ପ୍ରତିବାଦ କରିବା ଇତ୍ୟାଦି 8 ଦଫା ଦାବିନେଇ ବିକ୍ଷୋବ ପ୍ରଦର୍ଶନ କରାଯାଇଛି । ଏହି ଆନ୍ଦୋଳନରେ ବି ଏସ ଏନ୍ ଏଲ ଠିକାକର୍ମଚାରୀ ସଂଘ ର ସଭାପତି ପ୍ରେମାନନ୍ଦ ରାଉତରାୟ, ସମ୍ପାଦକ ମୋହନ ଗୌଡ଼ ,ବରିଷ୍ଠ କର୍ମଚାରୀ ରତିକାନ୍ତ ସ୍ୱାଇଁ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here