ସଂଘରୋଧ କେନ୍ଦ୍ରରୁ ବିଦାୟ ବେଳେ ଶୋକାକୁଳ ପରିବେଶ ସୃଷ୍ଟି

0
399

ଜଗନ୍ନାଥପ୍ରସାଦ(ନିଲୁ ବିଶୋଇ) ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ , ଆଞ୍ଚଳିକ ମହାବିଦ୍ୟାଳୟ କ୍ଵାରେନ୍ଟାଇନ୍ ସେଣ୍ଟର ରେ ଆଜି ଜଗନ୍ନାଥ ପ୍ରସାଦ ଗ୍ରାମପଞ୍ଚାୟତ ର ସରପଞ୍ଚ ଙ୍କ ଦ୍ଵାରା ପ୍ରବାସୀ ମାନଙ୍କୁ ବିଦାୟ ଦେବା ସମୟରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା । ପ୍ରବାସୀଙ୍କ କହିବା ଅନୁଯାୟୀ । କ୍ଵାରେନ୍ଟାଇନ୍ ସେଣ୍ଟର ଛାଡି ଯିବାକୁ ଇଚ୍ଛା ହେଉନାହିଁ । ଆମକୁ ଆଉ କିଛି ଦିନ ଏଠି ରହିବାକୁ ଦିଆଯାଉ । ଆଞ୍ଚଳିକ ମହାବିଦ୍ୟାଳୟ କ୍ଵାରେନ୍ଟାଇନ୍ ସେଣ୍ଟର ରେ ସରପଞ୍ଚ ଙ୍କ ଆଦେଶ କ୍ରମେ ସୁସ୍ବାଦୁ ଖାଦ୍ୟ ପରିବେଷଣ , ପ୍ରତେକ ଦିନ ଯୋଗଶିକ୍ଷା , କ୍ଵାରେନ୍ଟାଇନ୍ ସେଣ୍ଟର କୁ ସଫେଇ , ବିଷୁଦ୍ଧ ପାନୀୟ ଜଳ ଯୋଗାଣ , ପ୍ରବାସୀ ଙ୍କୁ ଉତ୍ତମ ବ୍ଯବହାର ପରିବେଷଣ ହିଁ ସରପଞ୍ଚ ଙ୍କୁ ଆଦର୍ଶ ସରପଞ୍ଚ ଭାବେ ପରିଚିତ କରିବା ସହ ସମସ୍ତଙ୍କ ପ୍ରିୟ ର ପାତ୍ର ହୋଇପାରିଛନ୍ତି ।ସରପଞ୍ଚ ପ୍ରବାସୀ ମାନଙ୍କୁ ବିଦାୟ ସମୟରେ ପ୍ରମାଣ ପତ୍ର ପ୍ରଦାନ କରିବା ସହ ଘରେ ଯାଇ 14 ଦିନ ସଙ୍ଗରୋଧ ରେ ରହିବାକୁ ଉପଦେଶ ଦେଇଥିଲେ । ଘର ସଙ୍ଗରୋଧ ପ୍ରକ୍ରିୟା ସାରିଥିବା ପ୍ରବାସି ଙ୍କୁ ସରକାରଙ୍କ ଘୋଷିତ ରାଶି ଦେଇ ବିଦାୟ ଜଣାଇଥିଲେ l

LEAVE A REPLY

Please enter your comment!
Please enter your name here