ଜଗନ୍ନାଥପୁର ଶାସନ ଗ୍ରାମରେ ବାଇକ୍ ଚୋରୀ

0
398

ଜଗନ୍ନାଥପ୍ରସାଦ(ନିଲୁ ବିଶୋଇ)ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜଗନ୍ନାଥ ପୁର ସାସନ ଗ୍ରାମ ର ସନ୍ତୋଷ ମିଶ୍ର ଙ୍କ ଗତ ଶୁକ୍ରବାର ରାତ୍ରୀରେ ହିରୋ ଗ୍ଲାମର ବାଇକ୍ OD 32 C 5001 ସିଲଭର ରଙ୍ଗର ଚୋରି ହୋଇଯାଇଛି । ସବୁ ଦିନ ଭଳି ଶୁକ୍ରବାର ରାତି ରେ ବାଇକ୍ କୁ ଘର ସାମ୍ନାରେ ରଖି ସୋଇଜାଇଥିଲେ । ସକାଳୁ ଉଠି ଦେଖନ୍ତି ତ ଗାଡି ନାହିଁ ।ଗ୍ରାମ ବାସିନ୍ଦା ଙ୍କୁ ପଚାରିବା ସହ ଗ୍ରାମ ବାସୀ ଙ୍କ ସହଯୋଗରେ ଖୋଜା ଜାଇ ଥିଲା ।କିନ୍ତୁ ଗାଡି ପାଇନଥିଲେ । ଶେଷ ରେ ଜଗନ୍ନାଥ ପ୍ରସାଦ ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଉଲ୍ଲେଖ ଥାଉକି ସନ୍ତୋଷ ମିଶ୍ର ଜଣେ ବହୁତ ଗରିବ ଶ୍ରେଣୀର ବ୍ୟକ୍ତି ।ଘର ଘର ବୁଲି ଠାକୁର ପୂଜା କରି ପେଟ ପୋସନ୍ତି ।ବହୁତ କଷ୍ଟ ରେ ଗାଡି ଟିଏ କରିଥିଲେ । ଏହି ଖବର ପାଇବା ପରେ ସ୍ବେଚ୍ଛାସେବୀ ସତ୍ଯ ସୋବନ ରଥ ସନ୍ତୋଷ ମିଶ୍ର ଙ୍କ ଘର କୁ ଜାଇ ସାନ୍ତ୍ବନା ଦେବା ସହ ।ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଗରିବ ବ୍ୟକ୍ତି ଙ୍କ କଷ୍ଟ ଉପାର୍ଜିତ ଗାଡି ଫେରାଇ ଦେବାପାଇଁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here