ସୁରାଟ ସହରର ଛତିନୀରେ ପ୍ରବାସୀ ଓଡ଼ିଆଙ୍କ ରଥଯାତ୍ରା

0
413

ବୁଗୁଡା(ଅନିଲ କୁମାର ମହାରଣା) ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ପୁରୀରେ ପୃଥିବୀ ପ୍ରସିଦ୍ଧ ରଥଯାତ୍ରା ଭକ୍ତଙ୍କ ବିନା ଅନୁଷ୍ଠିତ ହୋଇଥିବା ବେଳେ ସୁରାଟରେ ପ୍ରବାସୀ ଓଡିଆମାନଙ୍କ ଦ୍ଵାରା ଅନୁଷ୍ଠିତ ରଥଯାତ୍ରାରେ ମଧ୍ୟ ଅଳ୍ପ ସଂଖ୍ୟକ ଭକ୍ତଙ୍କ ଦ୍ଵାରା ରଥଯାତ୍ରା ଅନୁଷ୍ଠିତ ହୋଇଥିବା ଜଣାପଡିଛି। ପ୍ରବାସୀ ଓଡିଆମାନେ ନିର୍ମାଣ କରିଥିବା ଛତିନୀ ଜଗନ୍ନାଥ ମନ୍ଦିର ଏକ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଥିବା ବେଳେ ଏହା ମଧ୍ୟ ପ୍ରବାସୀ ଓଡ଼ିଆଙ୍କ ଏକ ମିଳନ ସ୍ଥଳ ଭାବେ ପରିଚିତ। ପ୍ରଥମେ ଏକ ଛୋଟ ଗୃହ ନିର୍ମାଣ କରି ଠାକୁରଙ୍କୁ ପ୍ରତିଷ୍ଠା କରି ୨୦୧୪ ମସିହାରୁ ଏଠାରେ ରଥଯାତ୍ରା ଆରମ୍ଭ ହୋଇ ଆସୁଅଛି। ବର୍ତ୍ତମାନ ମନ୍ଦିର ନିର୍ମାଣ ଶେଷ ହୋଇଥିବା ବେଳେ ନିକଟ ଭବିଷ୍ୟତରେ ଠାକୁରଙ୍କୁ ନବ ନିର୍ମିତ ମନ୍ଦିର ମଧ୍ୟକୁ ପ୍ରବେଶ ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଚଳିତ ବର୍ଷ କରୋନା ଯୋଗୁଁ ବହୁ ପ୍ରବାସୀ ଓଡିଆମାନେ ଓଡ଼ିଶା ଫେରି ଆସିଥିବା ବେଳେ ଅଳ୍ପ ସଂଖ୍ୟକ ଭକ୍ତଙ୍କ ଦ୍ୱାରା ରଥଯାତ୍ରା ଅନୁଷ୍ଠିତ ହୋଇ ଶୃଙ୍ଖଳା ସହ ରଥ ଟଣା ଶେଷ ହୋଇଛି।

LEAVE A REPLY

Please enter your comment!
Please enter your name here