ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ

0
421

ବେଗୁନିଆପଡ଼ା(ଭଞ୍ଜ କିଶୋର ମହାରଣା) କରୋନା ଯୋଦ୍ଧା ଅଙ୍ଗନୱାଡି କର୍ମୀଙ୍କୁ ଜଣେ ପ୍ରବାସୀ ଓଡିଆ ଟଙ୍କା ମିଳିବା ଦାବୀ କରି ଅଶ୍ଳୀଳ ଭାଷାରେ ଗାଳି କରି ଆକ୍ରମଣ ଉଦ୍ୟମ କରିବା ପରେ କର୍ମୀଙ୍କ ପୁଅକୁ ଆକ୍ରମଣ କରି ଅପହରଣ କରିବା ପାଇଁ ଧମକ ଦେବା ଘଟଣା ଆଲୋଡନ ସୃଷ୍ଟି କରିଛି l ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ରାହାଡା ଗ୍ରାମରେ ମଣିମାଳା ନାୟକ ଅଙ୍ଗନୱାଡି କର୍ମୀ ଭାବେ କାର୍ଯ୍ୟ କରିବା ସହ କୋଭିଡ – ୧୯ ଡ୍ୟୁଟିରେ ଯୋଦ୍ଧା ଭାବେ କାର୍ଯ୍ୟ କରୁଛନ୍ତି l ଆଜି ସେ ନିଜ ଘରେ ରିପୋର୍ଟ ପ୍ରସ୍ତୁତ କରିବା ସମୟରେ ତାଙ୍କ ଘର ଆଗରେ ରହୁଥିବା ପ୍ରବାସୀ ଓଡିଆ ରବି ମହାନ୍ତି ଓରଫ୍ ଭାଗୀ ମଦ ପିଇ ଆସି ତାଙ୍କୁ କାହିଁକି ୨୦୦୦ ଟଙ୍କା ମିଳିନି,  ଆଉ ତୁରନ୍ତ ଦିଅ,  କହିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଆକ୍ରମଣ କରିବାକୁ ଉଦ୍ୟତ ହେବା ବେଳେ ମଣିମାଳାଙ୍କ ପୁଅ ରୋଶନ କୁମାର ନାୟକ ସେଠାରେ ପହଂଚି ଅଟକାଇବା ବେଳେ ତାଙ୍କୁ ଆକ୍ରମଣ କରି ମାରିଦେବାକୁ ଧମକ ଦେଇଥିଲେ l ପରେ ସେଠାରୁ ସେମାନେ ଖସିଆସି ବେଗୁନିଆପଡ଼ା ଫାଣ୍ଡିରେ ପହଁଞ୍ଚିବା ସହ ଗଞ୍ଜାମ ଜିଲ୍ଲାପାଳ ଓ କୋଦଳା ତହସିଲଦାରଙ୍କୁ ଅବଗତ କରାଇବା ପରେ ଫାଣ୍ଡିରେ ଏତଲା ଦେଇଛନ୍ତି l ଅପର ପକ୍ଷରେ ତାଙ୍କୁ ଓ ତାଙ୍କ ପୁଅକୁ ଆକ୍ରମଣ ଘଟଣା ରେ ଦୋଷୀକୁ ତୁରନ୍ତ ଗିରଫ୍ କରି ଦଣ୍ଡ ଦେବା ପାଇଁ ସେ ଓ ତାଙ୍କ ସ୍ଵାମୀ ଅନୁରୋଧ କରିଛନ୍ତି l ଆହତ ରୋଶନ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି l ସେପଟେ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇବା ପାଇଁ ଦାବୀ ହୋଇଛି l

LEAVE A REPLY

Please enter your comment!
Please enter your name here