ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ନାରାୟଣ ପ୍ରଧାନଙ୍କ ଦେହାନ୍ତ

0
445

ବୁଗୁଡା:ବୁଗୁଡା ବ୍ଲକର ବିଜେଡି ନେତା ତଥା ଏ.କରଡ଼ାବାଡ଼ି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ନାରାୟଣ ପ୍ରଧାନ ଜୁଲାଇ ୦୯ ତାରିଖ ରାତ୍ର ସମୟରେ ଭୁବନେଶ୍ୱର ସମ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୫୩ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି। ସ୍ବର୍ଗତ ନାରାୟଣ ପ୍ରଧାନ ଏ.କରଡ଼ାବାଡ଼ି ଗ୍ରାମ ପଞ୍ଚାୟତର ଦୁଇ ଥର ସରପଞ୍ଚ ଓ ଥରେ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଏଥିସହିତ ନିଜ ଧର୍ମପତ୍ନୀ ଙ୍କୁ ଥରେ ଜିଲ୍ଲା ପରିଷଦ ସଦସ୍ୟା ଓ ଥରେ ସରପଞ୍ଚ ଭାବେ ନିର୍ବାଚିତ କରାଇ ନିଜର ରାଜନୈତିକ ଦକ୍ଷତା ପ୍ରମାଣ କରି ପାରିଥିଲେ। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, କଂଗ୍ରେସ ସେବା ଦଳର ରାଜ୍ୟ ସଂଗଠନ ସଂପାଦକ ଜାନକୀବଲ୍ଲଭ ରାଉତ, ଏ.କରଡ଼ାବାଡ଼ି ଗ୍ରାମ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ବହୁ ନେତା ନାରାୟଣ ପ୍ରଧାନଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ଆତ୍ମାର ସଦଗତି କାମନା କରିଛନ୍ତି। ଶ୍ରୀ ପ୍ରଧାନଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here