ଛତୁ ଖାଇ ୧୦ଜଣ ଅସୁସ୍ଥ

0
457

ଭଞ୍ଜନଗର(ନିଲୁ ବିଶୋଇ)ଗଂଜାମ ଜିଲ୍ଲା ଭଂଜନଗର ଥାନା ଅଧିନ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଶିଆରୀମାଳ ଓ ତନରଡ଼ା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସୂଚନା ଅନୁସାରେ ଉକ୍ତ ଗାଁରେ ଗତକାଲି ରାତିରେ ଛତୁ ଖାଇ ଦଶ ଜଣ ଅସୁସ୍ଥ ହୋଇଥିବା ଜଣାପଡିଛି। ସମସ୍ତ ଅସୁସ୍ଥ ମାନଙ୍କୁ ଭଂଜନଗର ଉପଖଣ୍ଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ ଗତ କାଲି ରାତିରେ ଛତୁ ଖାଇବା ପରେ ସମସ୍ତେ ଅସୁସ୍ଥତା ଅନୁଭବ କରିଥିଲେ । ଆହତ ବ୍ୟକ୍ତି ମାନଙ୍କ ମଧ୍ୟରେ ଶିଆରିମାଳ ର ପାଞ୍ଚଜଣ ଥିବା ବେଳେ ସେଥିରୁ ୧୫ ମାସର କୋମଳ ଶିଶୁ ଶିଶୁ ଏବଂ ପାଞ୍ଚବର୍ଷର ଛୋଟ ପିଲା ମଧ୍ୟ ଅଛନ୍ତି । ସେହିଭଳି ତନରଡାର ମଧ୍ୟ ପାଞ୍ଚଜଣ ଥିବାବେଳେ ଏକଛଅ ବର୍ଷର ଶିଶୁ ରହିଛି । ଅସୁସ୍ଥ ବ୍ୟକ୍ତି ମାନେ ହେଲେ ଶିଆରିମାଳ ନୁଆଁଗା କୁଲାଙ୍ଗିର ରବି ସେଠି,ପପୁ ସେଠି, ସରିତା ସେଠି,ରିତିସ୍ ସେଠି ,ପ୍ରତିସ୍ ସେଠି ଓ ତନରଡା ଗ୍ରାମର କାଳିଆ ସ୍ୱାଇଁ, ସୁବତ୍ର ସ୍ବାଇଁ,ଶୁରଜ ସ୍ବାଇଁ, ନମିତା ସ୍ବାଇଁ, ରତ୍ନମାଳା ସ୍ବାଇଁ, ପୁଣ୍ନ ବରାଳ ଥିବା ଜଣାପଡିଛି। ସମସ୍ତ ଅସୁସ୍ଥ ଭଞ୍ଜନଗର ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ତା ଠିକ ଥିବା ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here