ଉଜ୍ୱଳପଲ୍ଲୀ ଠାରେ ପରସ୍ପର ମଧ୍ୟରେ ମାରପିଟ ହେଲେ ମହିଳା ଏସଏଚଜି ; ବେଗୁନିଆପଡା ଫାଣ୍ଡିରେ ଦୁଇଟି ପୃଥକ ମାମଲା ରୁଜୁ

0
428

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଏସ. ଛଚିନା ପଞ୍ଚାୟତର ଉଜ୍ୱଳପଲ୍ଲୀ ଗ୍ରାମରେ ମହିଳା ଏସଏଚଜି ମାନଙ୍କ ଟଙ୍କା ଉଠାଣ ଓ ଭଗବଣ୍ଟାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ଝଗଡା ଓ ମାରପିଟକୁ ନେଇ ପାଞ୍ଚଜଣ ଆହତ ହେବାସହ ବେଗୁନିଆପଡା ଫାଣ୍ଡିରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ l ପ୍ରାପ୍ତ ସୂଚନା ଅନୁଯାୟୀ ଉଜ୍ୱଳପଲ୍ଲୀର ଗତ ଶୁକ୍ରବାର ଦିନ କିଛି ମହିଳା ଗ୍ରୁପ ସୁମଣ୍ଡଳ ସ୍ଥିତ ବ୍ୟାଙ୍କକୁ ଯିବାପରେ କୌଣସି ସୂତ୍ରରୁ ଝଗଡା ହୋଇଥିଲା l ଏହାପରେ ବୁଝାସୁଝା ହୋଇ ଗ୍ରାମକୁ ଫେରି ଶନିବାର ସନ୍ଧ୍ୟାରେ ସମାଧାନ ପାଇଁ ମିଟିଙ୍ଗ କରିବା ସମୟରେ ପୁଣି ଯୁକ୍ତିତର୍କ ହୋଇ ମହିଳା ମାନେ ଦୁଇଗୋଷ୍ଠୀ ହୋଇ ପରସ୍ପର ମଧ୍ୟରେ ହାତାହାତି ହୋଇଥିଲେ l ମାମଲା ବଢ଼ିବାରୁ ଏଥିରେ କିଛି ପୁରୁଷ ହସ୍ତକ୍ଷେପ କରିଥିଲେ l କିନ୍ତୁ ଝଗଡା କମିବା ପରିବର୍ତ୍ତେ ବୃଦ୍ଧିପାଇଥିଲା ଏବଂ ଏଥିରେ ସୁଶାନ୍ତ ଦାସ, ମିନତୀ ଦାସ, ରଙ୍ଗବତୀ ଦାସ, କେଶବ ଦାସ ଏବଂ ନରେନ୍ଦ୍ର ଦାସ ଆହତ ହୋଇ ଚିକିତ୍ସିତ ହେବାପରେ ସୁଶାନ୍ତ ଦାସ ଏବଂ ରଙ୍ଗବତୀ ଦାସ ବେଗୁନିଆପଡା ଫାଣ୍ଡିରେ ପରସ୍ପର ବିରୁଦ୍ଧରେ ଦୁଇଟି ଏତଲା ଦେଇଥିଲେ l ଏତଲାକୁ ଭିତ୍ତିକରି ବେଗୁନିଆପଡା ପୁଲିସ କେସ ନଂ 203/20 ଏବଂ 204/20 ରେ ଦୁଇଟି ମାମଲା ରୁଜୁକରି ସମସ୍ତଙ୍କୁ ଅଟକ ରଖି ତଦନ୍ତ ଚଳାଇଛି l 

LEAVE A REPLY

Please enter your comment!
Please enter your name here