ବ୍ରହ୍ମପୁରରେ କ୍ଷୀର ବ୍ୟବସାୟୀଙ୍କୁ ହତ୍ୟା ସନ୍ଦେହ

0
349

ବ୍ରହ୍ମପୁର(ପ୍ରଣୟ ପଣ୍ଡା) ଆଜି ବ୍ରହ୍ମପୁର ହିଲିପାଟଣା ସ୍ଥିତ ଏମ୍ଏଭି ବିଦ୍ୟାଳୟ ନିକଟରେ ରହସ୍ୟମୟ ଅବସ୍ଥାରେ ହେରିଟେଜ କ୍ଷୀର ଡିଲେର ଲମ୍ବୋଦର ମୁନିଙ୍କ ମୃତଦେହ ମିଳିଥିଲା।ଗତକାଲି ରାତିରେ ତାଙ୍କୁ ଲୁଟ୍ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଆଜି କିଛି ଦୋକାନୀ କ୍ଷୀର ଆଣିବାକୁ ହେରିଟେଜ୍ ମିଲ୍କ ଗୋଦାମକୁ ଯିବା ସମୟରେ ଏହି ଘଟଣାସାମ୍ନାକୁ ଆସିଛି ।ଘଟଣା ସଂପର୍କରେ ଖବର ପାଇ ଘଟଣା ସ୍ଥଳରେ ଗୋଷାଣୀ ନୂଆଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଫୋରେନସିକ ଟିମ୍ ଏବଂ ଡଗ୍ ସ୍କ୍ବାଡ୍ ପହଞ୍ଚି ତଦନ୍ତ ଚଳାଉଥିବାର ଖବର ମିଳିଛ।

LEAVE A REPLY

Please enter your comment!
Please enter your name here