ଘୋଡାହାଡ ନଦୀଗଣ୍ଡରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର।

0
319

ଗଞ୍ଜାମ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା କଇଠଖଣ୍ଡି – ନୂଆଗଡ ଗ୍ରାମ ମଧ୍ୟ ଦେଇ ବହି ଯାଇଥିବା ଘୋଡ଼ାହାଡ଼ ନଦୀଗଣ୍ଡରୁ ଶୁକ୍ରବାର ଦିନ ପୂର୍ବାହ୍ନ ୮ ଘଣ୍ଟା ସମୟରେ ଜଣେ ଯୁବକର ଗଳିତ ଶବ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତ ଯୁବକ ହେଲେ ଦିଗପହଣ୍ଡି ଥାନା ମଙ୍ଗରାଜପୁର ଗ୍ରାମର ଦଣ୍ଡିଆ ନାଇକ (୪୮) ବୋଲି ଚିହ୍ନଟ କରାଯାଇଛି । ଖବରନୁଯାୟୀ , ମୃତ ଦଣ୍ଡିଆ ଗତ ୯ ତାରିଖ ଦିନ ନିଜ ଭଉଣୀ ଘର ଲୁଣୁଲୁଣିଆ ଗ୍ରାମକୁ ସାଇକେଲ ଯୋଗେ ବାହାରିଥିଲେ । କିନ୍ତୁ ଆଜି ସକାଳେ ନଦୀଗଣ୍ଡ ମଧ୍ୟରେ ଯୁବକର ମୃତଦେହ ଭାସୁଥିବା ଦେଖି କିଛିବ୍ୟକ୍ତି କଇଠଖଣ୍ଡି ରାଜସ୍ଵ ନୀରିକ୍ଷକ ଫକୀର ମୋହନ ରାଉତଙ୍କୁ ଜଣାଇଥିଲେ । ଘଟଣାପରେ ଖବରପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଓ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମିଳିତଭାବେ ମୃତଦେହକୁ ଉଦ୍ଧାର କରିଥିଲେ । ଦିଗପହଣ୍ଡି ଥାନା ଏସ ଆଇ ମାଧବ ଚନ୍ଦ୍ର ଟାକରି ଘଟଣାସ୍ଥଳରେ ପହଞ୍ଚି ଥାନା ଅପମୃତ୍ୟୁ ମାମଲା ନଂ. ୫/୨୦ ଅନୁଯାୟୀ ମୃତଦେହ ଜବତ କରିବାସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡଡ଼ାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ଦଣ୍ଡିଆ ଗତ ଦୁଇଦିନ ହେଲା ନିଖୋଜ ଥିବା ପରିବାର ଲୋକେ ପୋଲିସକୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here