ବିପୁଳ ପରିମାଣରେ ଗୁଟଖା ଓ କଞ୍ଚାମାଲ ଜବତ

0
480

ଭଞ୍ଜନଗର/ ଗାଙ୍ଗପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ପକ୍ଷରୁ ସପ୍ତାହକ ମଧ୍ୟରେ ଦିତୀୟ ଥର ପାଇଁ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ଗୁଟଖା ଓ କଞ୍ଚାମାଲ ଜବତ କରାଯାଇଛି। ମଙ୍ଗଳବାର ପୁଣି ଥାନା ଅଧିକାରୀ ଧୀରେଶ କୁମାର ଦାସଙ୍କ ନେତୃତ୍ୱରେ ନିମିନା ଗ୍ରାମର ଏକ ଗୋଦାମ ଓ ବିଞ୍ଚିଣା ଆରଏମସି ଗୋଦାମ ରେ ଚଢ଼ାଉ କରି ବେଆଇନ ଭାବେ ପ୍ରସ୍ତୁତ କରାଯାଉଥିବା ବିପୁଳ ପରିମାଣର ଖଇନି , ଗୁଟଖା ମସଲା , ପ୍ୟାକିଙ୍ଗୀ ପାଉଚ ଓ ପ୍ରସ୍ତୁତ ସାମଗ୍ରୀ ଜବତ କରିଛି। ଚଢ଼ାଉ ସମୟରେ ପୋଲିସ ଉଭୟ ସ୍ଥାନରୁ ୩୫୦ପ୍ୟାକେଟ ଧୂଆଁପତ୍ର କରିଛି ପ୍ରତି ବସ୍ତାରେ ୩୦ କିଲେ ଧୂଆଁପତ୍ର ରହିଥିବା ପୋଲିସ ସୂଚନା ଦେଇଛି। ଏଥିସହିତ ୫ବସ୍ତା ଚୂନ, ୨୦ ଲିଟର ଅତର, ୧୦ଲିଟର ପେପର ମିଣ୍ଟ , ଦଶ ହଜାରରୁ ଅଧିକ ଖାଲି ପ୍ୟାକେଟ ଜବର କରାଯାଇଛି । ଏଠାରେ ବିଭିନ୍ନ ପ୍ରକାର ବ୍ରାଣ୍ଡର ଖଇନି ପ୍ରସ୍ତୁତ କରାଯାଇ ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ ହେଉଥିବା ପୋଲିସ ସନ୍ଧେହ କରିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିବା ସହ ଜବତ ସାମଗ୍ରୀର ମୁଲ୍ୟ ଆନୁମାନିକ ୫ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି କହିଛି। ସୂଚନାଯୋଗ୍ୟ ଯେ ଗତ ଚାରି ତାରିଖ ଦିନ ଗାଙ୍ଗପୁର ଥାନା ଅଂଚଳରେ ୨ଟି ଖଇନି ତିଆରି କାରଖାନା ଓ ୩ଟି ଗୋଦାମ୍ ରେ ଚଢ଼ାଉ କରି ୨୫ ଲକ୍ଷ ଟଙ୍କାର ଖଇନି ଓ କଞ୍ଚାମାଲ ଜବତ କରାଯିବା ସହ ୩ଜଣଙ୍କୁ ଗିରଫ କରାଯାଇଥିଲା। ଫଳରେ ଏହି ଘଟଣାରେ ଏକ ବଡ଼ ଧରଣର ବେଆଇନ ରାକେଟ ସକ୍ରିୟ ଥିବା ପୋଲିସ ଅନୁମାନ କରୁଛି ଓ ଘଟଣାର ତଦନ୍ତ ଜାରି ରଖିଛନ୍ତି

LEAVE A REPLY

Please enter your comment!
Please enter your name here