ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜନ୍ମଦିବସ ପାଳିତ

0
358

ଭଞ୍ଜନଗର(ନିଲୁ ବିଶୋଇ):ଗଞ୍ଜାମ ଭଞ୍ଜନଗର ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜନ୍ମଦିବସ ପାଳିତ ହୋଇଯାଇଛି । ନନ୍ଦିନୀ ଶତପଥୀ ସ୍ମୃତି ସଂସଦ ପକ୍ଷରୁ ଭଞ୍ଜନଗର ସାଇଗୁରୁକୁଳ ଆବାସିକ ବିଦ୍ୟାଳୟ ଠାରେ ସାମାଜିକ ଦୂରତ୍ୱ ଅବଲମ୍ବନ କରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଭଞ୍ଜନଗର ଅଞ୍ଚଳ ପ୍ରତି ନନ୍ଦିନୀ ଙ୍କ ଅତୁଳନୀୟ ଅବଦାନ ଓ ତାଙ୍କ ଜୀବନୀ ଉପରେ ଉପସ୍ଥିତ ବୁଦ୍ଧିଜୀବୀ ନିଳାଞ୍ଚଳ ମୁନି, ଡ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, କୃତିବାସ ବିଶ୍ୱାଳ, ଶୁଳପାଣି ଶତପଥି ଓ ବାବୁଲା ପ୍ରଧାନ ପ୍ରମୁଖ ଆଲୋଚନା କରିଥିଲେ ।ଶେଷରେ ୧୦ ଜଣ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବା ସହ ଶିକ୍ଷାନୁଷ୍ଠାନର ଚର୍ତୁପାର୍ଶ୍ବରେ ବୃକ୍ଷରୋପଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here