କୋରୋନା ଯୋଦ୍ଧା ସାଜିଛନ୍ତି ତିନି ମହିଳା ନେତ୍ରୀ

0
387

କନ୍ଧମାଳ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):କନ୍ଧମାଳ ଜିଲ୍ଲାରେ ଜନତାଙ୍କ ସେବା ପାଇଁ ନାହିଁ କୋରୋନା ଭୟ ସତେ ଯେପରି ଲାଗୁଚି ଏ କନ୍ଧମାଳ ମାଟି ରେ ତ୍ରିଦେବିଙ୍କର ଆବିର୍ଭୂତ ହୋଇଛି।ଏହି କୋରୋନା କାଳ ରେ ବିଧାୟକ ,ମନ୍ତ୍ରୀ ମାନଙ୍କର ଦେଖା ମିଳୁ ନ ଥିବା ବେଳେ କନ୍ଧମାଳରେ ଲକ ଡାଉନ୍ ଆରମ୍ଭ ଦିନ ଠାରୁ ଆଜି ପର୍ଯ୍ୟନ୍ତ ଲୋକଙ୍କର ସବୁ ସୁଖ ଦୁଃଖରେ ସାମିଲ୍ ଅଛନ୍ତି ଏହି ତିନି ମହିଳା ନେତ୍ରୀ କିଏ ଗାଁ କୁ ଗାଁ ବୁଲି ମାକ୍ସ୍ ବିତରଣ କରୁଛନ୍ତି ତ ପୁଣି କିଏ ଲୋକଙ୍କ ପାଖକୁ ସଚେତନତା ବାର୍ତ୍ତା ପହଞ୍ଚାଇବାରେ ବ୍ୟସ୍ତ । ସେହି ୩ ଜଣ ମହିଳା ହେଲେ ଜିଲା ପରିଷଦ ଅଧ୍ୟକ୍ଷା ଆକାଙ୍ଖ୍ୟା ପ୍ରଧାନ,ବିଜେପି ମହିଳା ମୋର୍ଚା ସଭାନେତ୍ରୀ ଅର୍ଚନା ପ୍ରଧାନ,ରାଜ୍ୟ ମହିଳା କମିଶନ ସଦସ୍ୟା ସୁ ଶ୍ରୀ ଜଲିନା ପ୍ରିୟଦର୍ସିନି , ସମସ୍ତ ଙ୍କୁ ଏହି କୋରୋନା ମହାମାରି ଭୟ ଥିଲେ ସୁଦ୍ଧା ଲୋକଙ୍କର ସେବା ସକାଶେ ଲକ ଡାଉନ୍ ଆରମ୍ଭ ଦିନରୁ ଜିଲ୍ଲାର ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କୁ ସଚେତନ କରାଇବା ସହ କିଭଳି ସରକାରୀ ସୁବିଧା ଜନସାଧାରଣଙ୍କ ପାଖରେ ପହଂଚି ପାରିବ ସେ ଦିଗରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଚେଷ୍ଟା ଜାରି ରଖିବା ସହିତ ଲୋକ ଙ୍କୁ ମାସ୍କ ବିତରଣ କରିଥିଲେ।ମହିଳା କମିଶନ ସଦସ୍ୟା ସୁ ଶ୍ରୀ ଜଲିନା ପ୍ରିୟଦର୍ସିନି ମଧ୍ୟ ଜି ଉଦୟଗିରି ବ୍ଲକ ର୍ ବିଭିନ୍ନ ଗ୍ରାମ କୁ ଗ୍ରସ୍ତ କରି ଲୋକ ଙ୍କର ଅସୁବିଧା ସମ୍ପର୍କ୍ ରେ ବୁଝିଥିଲେ ଏବଂ କୋରୋନା ଦାଉରୁ କିଭଳି ମୁକ୍ତି ପାଇବା ସେ ବିଷୟ ରେ ସଛେତନତା ବାର୍ତା ପ୍ରଦାନ କରିଥିଲେ।ସେହିଭଳି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଅର୍ଚନା ପ୍ରଧାନ ମଧ୍ୟ ନିଜ ଅର୍ଥ ରୁ ନିଜେ ମାକ୍ସ୍ ତିଆରି କରି ସହ ସହ ସଂଖ୍ୟା ରେ ମାକ୍ସ୍ ଜନତାଙ୍କୁ ପ୍ରଦାନ କରିବା ସହିତ କୋରୋନା ଭଳି ଏକ ମହାମାରି ଠାରୁ ସତର୍କ ରହିବା ସକାସେ ସୂଚନା ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here