ସଟଡାଉନ ପ୍ରଭାବରେ ଭଞ୍ଜନଗର ଅଞ୍ଚଳ ଜନଶୂନ୍ୟ

0
458

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ)କୋରନା ମାହାମରୀ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିଚାଲିଛି। ଏହାକୁ ଦୁର୍ଷ୍ଟିରେ ରଖି ଓଡିଶା ସରକାର ଜୁନ ମାସକୁ ଅଧିକ ଗୁରୁତ୍ଵ ଦେବା ସହ ସରକାରଙ୍କ ପକ୍ଷରୁ ୧୧ଟି ଜିଲ୍ଲାକୁ ଶନିବାର ଓ ରବିବାର ୨ଦିନ ସଟଡାଉନ ଘୋଷଣା କରାଯାଇଛି। ଏଥିପାଇଁ ଜୁନ ମାସର ପ୍ରଥମ ସପ୍ତାହିକ ସଟ ଡାଉନ ର ପ୍ରଥମ ଦିନରେ ଭଞ୍ଜନଗର ସହର ସମେତ ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ରୂପେ ଜନଶୂନ୍ୟ ଦେଖିବାକୁ ମିଳିଛି। ସଟ ଡାଉନ ପ୍ରଭାବରେ ଭଞ୍ଜନଗର ସହରର ମୁଖ୍ୟରାସ୍ତା,ବସଷ୍ଟାଣ୍ଡ, ବ୍ୟାଙ୍କଛକ, ବ୍ଳକଛକ, ଖାଲାସି ସାହି ଆଦି ବିଭିନ୍ନ ଜନଗହଳି ପୂର୍ଣ ସ୍ଥାନ ଗୁଡିକ ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇପଡିଥିବା ଦେଖାଯାଇଛି। ରାସ୍ତାଘାଟ ସବୁ ଖାଁ ଖାଁ ଲାଗୁଥିବା ବେଳେ ଲୋକ ମାନେ କେବଳ ଜରୁରୀ କାମରେ ବାହାରୁଥିବା ଦେଖାଯାଇଥିଲା। କେବଳ କିଛି ଔଷଧୀୟ ଦୋକାନ ମାନଙ୍କୁ ଛାଡ଼ି ଦେଲେ ଦୋକାନ ବଜାର, ଗାଡିମଟର ଓ ସାଧାରଣ ଲୋକଙ୍କ ଚଳପ୍ରଚଳନ ଉପରେ ରୋକ ଲଗାଯାଇଛି। ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଙ୍କ ନେତୃତ୍ୱରେ ପୋଲିସ ସମ୍ପୂର୍ଣ୍ଣ ଅଂଚଳରେ ପେଟ୍ରୋଲିଂ କରି ଲୋକ ମାନଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି। ସେହିପରି ପ୍ରଶାସନିକ ଅଧିକାରୀ ମାନେ ବିଭିନ୍ନ ସଂଘରୋଧ କେନ୍ଦ୍ର ପରିଦର୍ଶନ କରିବା ସହ ପେଟ୍ରୋଲିଂ କରି ଲୋକ ମାନଙ୍କୁ ସଚେତନ କରାଉଛନ୍ତି।

LEAVE A REPLY

Please enter your comment!
Please enter your name here