ବାଇକ ଦୁର୍ଘଟଣାରେ ଦୁଇ ଯୁବକ ଆହତ ଏବଂ ଏକ ବୋର ୱେଲ ମଧ୍ୟରୁ ଗାଈ ଉଦ୍ଧାର

0
364

ବୁଗୁଡା(ନ୍ୟୁଜଏକ୍ସଟ୍ରା/ଅନିଲ ମହାରଣା): ବୁଗୁଡା ଥାନା ଅନ୍ତର୍ଗତ ମାଣିତରା ନିକଟରେ ଏକ ବାଇକ ଦୁର୍ଘଟଣାରେ ଶଙ୍କୁରୁ ଗ୍ରାମର ଦୁଇ ଯୁବକ ଆହତ ହୋଇଥିବା ଜଣା ପଡ଼ିଛି। ଶଙ୍କୁରୁ ଗ୍ରାମର ବିଦ୍ୟାଧର ସାମଲ(୪୦) ଓ ଅମୂଲ୍ୟ ବିଷୋୟୀ (୩୪) ନିଜ ଗ୍ରାମରୁ ବାହାରି କେଉଁଠିକୁ ଯାଇ ବୁଗୁଡା ଯିବାକୁ ଫେରୁଥିବା ବେଳେ ମାଣିତରା ପୂର୍ବରୁ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ମାଣିତରା ଗ୍ରାମଲୋକେ ଖବର ଦେବାପରେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଆସି ଆହତ ଦୁଇଜଣଙ୍କୁ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ବିଦ୍ୟାଧରଙ୍କ ମୁହଁରେ ଭୀଷଣ ଆଘାତ ଲାଗିଥିବା ବେଳେ ଅମୂଲ୍ୟ ମଧ୍ୟ ଆହତ ହୋଇଛନ୍ତି। ଉଭୟେ ବୁଗୁଡ଼ାରେ ଚିକିତ୍ସା ହେଉଥିବା ବେଳେ ଅବସ୍ଥା ସ୍ଥିର ଥିବା ଡାକ୍ତର ପ୍ରକାଶ କରିଛନ୍ତି। ସେହିପରି ଅନ୍ୟ ଏକ ଦୁର୍ଘଟଣାରେ ପୂର୍ତ୍ତ ବିଭାଗ ରାସ୍ତାରୁ ମାଣିତରା ଗ୍ରାମକୁ ଆସିବା ଛକ ନିକଟରେ ନୂତନ ଭାବେ ଖନନ ହୋଇଥିବା ଏକ ବଡ଼ ବୋର ୱେଲ ମଧ୍ୟରେ ଏକ ଗାଈ ପସିଯାଇଥିବା ବେଳେ ବୁଗୁଡା ଦମକଳ ବାହିନୀ ଆସି ଉଦ୍ଧାର କରିଥିଲେ।

LEAVE A REPLY

Please enter your comment!
Please enter your name here