ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଲେ ଵିଶାଲ୍ ; ପ୍ରଶାସନିକ ଅଧିକାରୀଙ୍କୁ ପ୍ରଦାନ କଲେ ସ୍ୱୟଂଚାଳିତ ସାନିଟାଇଜ ମଶିନ

0
540

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):କିଛି ଦିନ ତଳେ ବାପାଙ୍କ ଦୋକାନରେ ସ୍ୱୟଂ ଚାଳିତ ସାନିଟାଇଜ ମଶିନ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଥିବା ଭଞ୍ଜନଗର ଖାଲାସି ସାହିର ଏସ.ଵିଶାଲ୍ ଚୌଧୁରୀ ବର୍ତ୍ତମାନ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଆଜି ସେ ୩ଟି ସ୍ୱୟଂଚାଳିତ ସାନିଟାଇଜ ମଶିନ ପ୍ରସ୍ତୁତ କରି ବ୍ଲକ ଅଫିସ , ଉପଜିଲ୍ଲାପାଳଙ୍କ କାଯ୍ୟାଳୟ ଓ ତହସିଲଦାର ଙ୍କ କାଯ୍ୟାଳୟ ରେ ଲଗାଇଛନ୍ତି। ଦିନ ୧୧ଟା ସମୟରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ଭେଟି ସେ ଏହି ସାନିଟାଇଜ ମଶିନ ଟି ପ୍ରଦାନ କରିବା ସହିତ କାଯ୍ୟାଳୟ ରେ ଲଗାଇଛନ୍ତି। ଏହି ମଶିନର ଵିଶେଷ୍ୟତ ହେଉଛି ମଶିନରେ ଲାଗିଥିବା ସେନ୍ସର ଦ୍ଵାରା ଜଣେ ସ୍ୱୟଂଚାଳିତ ମଶିନକୁ ହାତ ନ ଦେଇ ଅଟୋମେଟିକ ହାତକୁ ସାନିଟାଇଜ କରିପାରିବ। ଏ ନେଇ ଵିଶାଲ୍ କହିଛନ୍ତି ଯେ କୋରନା ମାହାମରୀ ସମୟରେ ପ୍ରଶାସନିକ ଅଧିକାରୀଙ୍କ ଅଫିସକୁ ବହୁ ସଂଖ୍ୟକ ଲୋକ ଆସୁଛନ୍ତି। ଯାହା ଫଳରେ ସଂକ୍ରମଣ ହେବାର ସମ୍ଭାବନା ରହିଛି ତେଣୁ ସେ ୩ ପ୍ରଶାସନିକ ଅଧିକାରୀଙ୍କ କାଯ୍ୟାଳୟ ରେ ଏହି ମଶିନ ପ୍ରସ୍ତୁତ କରି ଲଗାଇବାକୁ ମନସ୍ତ କରିଥିଲେ। ଏଥିରେ ତାଙ୍କ ପରିବାର ଲୋକେଙ୍କ ସହ ତାଙ୍କ ସାନ ଭାଇ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଵିଶାଲ୍ ଙ୍କ ଏହି ଭଳି ମହାନ କାଯ୍ୟକୁ ସ୍ଥାନୀୟ ପ୍ରଶାସନ, ଜନସାଧାରଣ ଓ ବୃଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here