ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ବ୍ରହ୍ମପୁର କୋ -ଅପରେଟିଭ ସୋସାଇଟି ବ୍ୟାଙ୍କର ପୂର୍ବତନ ସଭାପତିଙ୍କ ସମେତ ତିନି ମୃତ l 

0
399

ବ୍ରହ୍ମପୁର:(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ଗୋସାଇଁନୂଆଁଗାଁ ପାଣିଗ୍ରାହୀ ସାହିରେ ଅଗ୍ନିକାଣ୍ଡ ଘଟି ବିଜେଡି ଆଗଧାଡିର ଜଣେ ପରିଚିତ ଟାଣୁଆ ନେତା ତଥା ବିସିସି ବ୍ୟାଙ୍କ ପୂର୍ବତନ ସଭାପତି ଅଲେଖ ଚୌଧୁରୀଙ୍କ ପରଲୋକ ଘଟିଛି l ପ୍ରାପ୍ତ ବିବରଣୀରୁ ପ୍ରକାଶ ଶ୍ରୀ ଚୌଧୁରୀ ପାଣିଗ୍ରାହୀ ସାହିରେ ଥିବା ନିଜ ବାସଭବନରରେ ସୋଇଥିବା ବେଳେ ବିଳମ୍ବିତ ରାତି ପ୍ରାୟ 2 ଟା ସମୟରେ,  AC ରେ ସର୍ଟସର୍କିଟ ଦ୍ୱାରା ଅଗ୍ନିକାଣ୍ଡ ଘଟିଥିଲା l ଏହି ସମୟରେ ତାଙ୍କ ସ୍ତ୍ରୀ, ନିଜର ଶଳା ଭଗବାନ ପାତ୍ର ଓ ଘରେ କାମ କରୁଥୁବା ସୁନୀଲ ବେହେରା ନାମକ ଜଣେ ଯୁବକ ତାଙ୍କ ଘରେ ଥିଲେ l ସମସ୍ତଙ୍କୁ  ବଞ୍ଚାଇବାକୁ ଯାଇ ତାଙ୍କର ଶ୍ୱାସରୁଦ୍ଧ ଘଟିଥିଲା l ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଏହି ମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରିଥିଲେ l ଡାକ୍ତର ଶ୍ରୀ ଚୌଧୁରୀଙ୍କୁ ମୃତ ଘୋଷଣା କରିଥିଲେ l ଏହାସହ ତାଙ୍କ ଶଳା ଭଗବାନ ପାତ୍ର ଓ ସୁନୀଲ ବେହେରାଙ୍କ  ମଧ୍ୟ ଶ୍ୱାସ ରୁଦ୍ଧରେ  ମୁର୍ତ୍ୟୁ ଘଟିଛି ବୋଲି ସୂଚନା l ମୃତ ଚୌଧୁରୀ ଜଣେ ପରୋପକାରୀ ଥିଲେ l ମେଡିକାଲରେ ବ୍ରହ୍ମପୁର ସାସଂଦ, ବ୍ରହ୍ମପୁର ବିଧ୍ୟାୟକ ବିକ୍ରମ ପଣ୍ଡା ସମେତ ବହୁ ନେତା ଓ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିବାବେଳେ, ଏହି ଘଟଣା ସାରା ଜ଼ିଲ୍ଲାରେ ଶୋକର ଛାୟା ଖେଳେଇ ଦେଇଛି l

LEAVE A REPLY

Please enter your comment!
Please enter your name here