ଭିଜିଲାନ୍ସ ହାତରେ ଧରା ପଡିଲେ ମହିଳା ଫରେଷ୍ଟ ଗାର୍ଡ।

0
586

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଗଂଜାମ ଜିଲ୍ଲା ସୋରଡ଼ା ବନାଞ୍ଚଳ ଅଧିନ ପିପଳପଙ୍କା ଫରେଷ୍ଟ ଗାର୍ଡ ବିଷ୍ଣୁପ୍ରିୟା ଦାଶ୍ ଏକ ମାମଲାର ରଫା ଦଫା କରିବା ପାଇଁ ଜଣ ଙ୍କ ଠାରୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।ସୂଚନା ମୁତାବକ ଢଉଗାଁ ର ମା ଓ ପୁଅ ରୀନା ମଣ୍ଡଳ ଓ ଜୋସେଫ ମଣ୍ଡଳ ଙ୍କ ନାମ ରେ ମାମଲା ରୁଜୁ ନ କରିବା ପାଇଁ ଲାଞ୍ଚ ମାଗିଥିଲେ।ସେ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ।ଆଜି ଦିନ 11 ଟା ସମୟରେ ଫରେଷ୍ଟ ଗାର୍ଡ ଜଣକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ।
ମା ଓ ପୁଅ ଜଙ୍ଗଲ ଜମି ଅକ୍ତିଆର କରିବା ପାଇଁ ଗଛ କାଟିଥିଲେ।ତାଙ୍କ ନାମରେ ମାମଲା ରୁଜୁ ନ କରିବା ପାଇଁ ଲାଞ୍ଚ ମାଗିଥିଲେ।

LEAVE A REPLY

Please enter your comment!
Please enter your name here