ବିପତ୍ତି ବେଳର ଦରଦୀ ବନ୍ଧୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ

0
358

ବୁଗୁଡା (ନ୍ୟୁଜଏକ୍ସଟ୍ରା/ସ୍ୱରୂପ ସୁମନ ମହାରଣା ) : କଥାରେ ଅଛି ବିପତ୍ତି ବେଳର ବନ୍ଧୁହି ପ୍ରକୃତ ବନ୍ଧୁ । ବିଧାୟକ ଭାବେ ନିର୍ବାଚିତ ହେବାପରେ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ସେ ଜଣେ ପ୍ରତିନିଧି ଏହିକଥା ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ପୋଲସରା ନିର୍ବାଚନ ମଣ୍ଡଳୀରେ ଦ୍ଵିତୀୟ ବାର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଶ୍ରୀକାନ୍ତ ସାହୁ। ପୋଲସରା ବ୍ଲକର ୨୬ ଗୋଟି ପଞ୍ଚାୟତ ଓ ବୁଗୁଡା ବ୍ଲକର ୨୧ ପଞ୍ଚାୟତ ଏବଂ ପୋଲସରା ଓ ବୁଗୁଡା ଏନଏସି କୁ ନେଇ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ। ଏହି ନିର୍ବାଚନ ମଣ୍ଡଳୀର ଯେକୌଣସି ଗ୍ରାମ ବା ସହର ଯେଉଁଠି କିଛି ଦୁର୍ଘଟଣା ଘଟିଛି ବିଧାୟକ ଶ୍ରୀକାନ୍ତ ସାହୁ ନିଶ୍ଚିତ ଭାବରେ ପହଞ୍ଚି ସହଯୋଗ କରିଛନ୍ତି ଏଥିରେ ଦ୍ବିମତ ନାହଁ। ଦଳ ମତ ଭାବ ବିଚାରରୁ ଦୁରେଇ ରହି ଦୁର୍ଘଟଣା ଜନୀତ ଘରଣାରେ ସେ ନିଶ୍ଚିତ ଭାବେ ପହଁଞ୍ଚିବା ସହ ସହଯୋଗର ହାତ ବଢ଼ାଇବା କଥାକୁ ସମସ୍ତେ ସ୍ୱୀକାର କରିବେ ଏଥିରେ ସନ୍ଦେହ ନାହିଁ। ସୁରାଟ ସହରରେ ଏକ ସୂତାକଳରେ କାମ କରିବା ସମୟରେ ବିଦ୍ୟୁତ ତାର ସଂଯୋଗରେ ଆସି ପୋଲସରା ବ୍ଲକ ଭାବରଡ଼ା ଗ୍ରାମର ପ୍ରଫୁଲ ସେଠୀ ମୃତ୍ୟୁ ବରଣ କରିଥିବା ବେଳେ ନିଜେ ବିଧାୟକ ଶ୍ରୀକାନ୍ତ ସାହୁ ସୁରାଟ ଯାଇ ୩ ଦିନ ରହି ସମସ୍ତ ବିଷୟ ସମାଧାନ କରି ପ୍ରଫୁଲଙ୍କ ମରଶରୀରକୁ ବିମାନଯୋଗେ ଭୁବନେଶ୍ବର ଆଣି ସେଠାରୁ ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମରେ ପହଞ୍ଚାଇ ସମସ୍ତ ସରକାରୀ ସହାୟତା ପ୍ରଦାନ କରିବାରେ ସହଯୋଗ କରିଥିଲେ। ପୋଲସରା ନିର୍ବାଚନ ମଣ୍ଡଳୀର ଯେକୌଣସି ସ୍ଥାନରେ ସଡକ ଦୁର୍ଘଟଣାରେ ଆହତ ଓ ନିହତ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ଯୋଗାଇ ଦେବା ସହ ସରକାରୀ ସାହାଯ୍ୟ ପାଇଁ ମଧ୍ୟ ସହଯୋଗ କରିଥାନ୍ତି। ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ସମସ୍ତ ପରିବାରକୁ ଭେଟି ବକ୍ତିଗତ ଓ ସରକାରୀ ସହାୟତା ପ୍ରଦାନ କରିଥାନ୍ତି। ନିର୍ବାଚନ ମଣ୍ଡଳୀର ଯେଉଁ ସ୍ଥାନ ହେଉନା କାହିଁକି ଘରପୋଡି ବିପତ୍ତି ବେଳେ ସେ ନିଶ୍ଚିତ ଭାବେ ପହଁଞ୍ଚିବା ସହ ନିଜେ ବ୍ୟକ୍ତିଗତ ଭାବେ ସହାୟତା ପ୍ରଦାନ କରିବା ସହ ସମସ୍ତ ସରକାରୀ ସହଯୋଗ ପହଁଞ୍ଚିବାରେ ନିଜେ ଚେଷ୍ଟା କରିଥାନ୍ତି। ଗରିବ ଲୋକମାନଙ୍କ ଜଟିଳ ରୋଗ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ନେଇ ସରକାରୀ ସହାୟତା ଯୋଗାଇଦେବାକୁ କାର୍ଯ୍ୟ କରିଥାନ୍ତି। ଏହିପରି ଦରଦୀ ବନ୍ଧୁ ଭାବେ ଜନସାଧାରଣଙ୍କ ହୃଦୟରେ ଶ୍ରୀକାନ୍ତ ସାହୁ ସ୍ଥାନ ପାଇପାରିଥିବା ବେଳେ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରିବା ଦେଖଗିବାକୁ ମିଳିଛି। କର୍ମ ଅନୁସାରେ ଫଳ ଏହା ଶ୍ରୀକାନ୍ତ ସାହୁଙ୍କ କ୍ଷେତ୍ରରେ ପ୍ରତିଫଳିତ ହୋଇଛି

LEAVE A REPLY

Please enter your comment!
Please enter your name here