ଖଲ୍ଲିକୋଟ ଇଟା ଭାଟିରୁ ସ୍ତ୍ରୀ ପିଲା ଛୁଆକୁ ଧରି ଚାଲି ଚାଲି ଯାଉଥିବା ସାତ ପ୍ରବାସୀଙ୍କୁ ସାହାଯ୍ୟର ହାତ ବଢାଇଲେ ସ୍ଵେଚ୍ଛାସେବୀ I

0
313

ଗାଙ୍ଗପୁର/ବେଲଗୁଣ୍ଠI(ନ୍ୟୁଜଏକ୍ସଟ୍ରା/ଶିବରାମ ଚୌଧୁରୀ):ଖଲ୍ଲିକୋଟ ରୁ ଚାଲି ଚାଲି ଯାଉଥିବା ସାତ ଜଣ ଇଟା ଭାଟି ଶ୍ରମିକଙ୍କୁ ଗାଙ୍ଗପୁର ଠାରେ ସତପୁଷ୍ପ ଯୁବକ ସଂଘର ସ୍ଵେଚ୍ଛାସେବୀମାନେ ସେମାନଙ୍କୁ ଅଟକାଇ ସେମାନଙ୍କୁ ରନ୍ଧା ଖାଦ୍ୟ ଦେବା ସହ ଗାଙ୍ଗପୁର ପୋଲିସ୍ ର ସହାୟତାରେ ସମସ୍ତଙ୍କୁ ଛତିଶଗଡ଼ ସୀମା ପର୍ଯ୍ୟନ୍ତ ପଠାଇବାର ବ୍ୟବସ୍ଥା କରିଛନ୍ତି I ଏହି ଇଟା ଭାଟି ଶ୍ରମିକମାନେ ଛତିଶଗଡ଼ରୁ ଆସି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର ଇଟା ଭାଟିରେ ଶ୍ରମିକ ଭାବେ କାମ କରି ଆସୁଥିଲେ I କିନ୍ତୁ ଲକ୍ ଡ଼ାଉନ୍ ଯୋଗୁଁ ଇଟା ଭାଟି ବନ୍ଦ ହୋଇଯିବା ଯୋଗୁଁ ସେମାନେ ନିଜର ରୋଜଗାର ହରାଇଥିଲେ I କିଛିଦିନ ପାଇଁ ଭାଟି ମାଲିକ ଖାଇବାର ବ୍ୟବସ୍ଥା କରିଥିଲେ I ବାରମ୍ବାର ଲକ୍ ଡ଼ାଉନ୍ ବଢୁ ଥିବାରୁ ମାଲିକ ଆଉ ଧରା ଛୁଆଁ ଦେଇନଥିଲେ I ଶେଷରେ ପିଲାଛୁଆଙ୍କୁ ଧରି ନିଜ ଭିଟାମାଟି ଛତିଶଗଡ଼କୁ ଯିବାକୁ ଶ୍ରମିକ ମାନେ ନିଷ୍ପତି ନେଇଥିଲେ I ପାଖରେ ଅର୍ଥର ଅଭାବ ଥିବାରୁ ରବିବାର ଭୋର୍ ଚାରିଟାରୁ ଦୁଇଟି ଛୋଟ ଛୁଆ, ତିନି ମହିଳା ଓ ଚାରି ଜଣ ପୁରୁଷ ଚାଲି ଚାଲି କୋଦଳା, କବିସୂର୍ଯ୍ୟନଗର ଦେଇ ରାତ୍ର ଆଠ ଘଣ୍ଟ ସମୟରେ ଗାଙ୍ଗପୁର ଦେଇ ଯାଉଥିବା ବେଳେ ଗାଙ୍ଗପୁର ଶତ ପୁଷ୍ପ ଯୁବକ ସଂଘର ସ୍ଵେଚ୍ଛାସେବୀମାନେ ଏମାନଙ୍କୁ ଅଟକାଇ ଦୁଇ ଛୋଟ ଛୁଆଙ୍କ ପାଇଁ କ୍ଷୀର, ବିସ୍କୁଟ୍ ଓ ଅନ୍ୟ ମାନଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିଥିଲେ I ଗାଙ୍ଗପୁର ଥାନା ଅଧିକାରୀ ଧୀରେସ୍ କୁମାର ଦାସଙ୍କ ସହ ଯୋଗଯୋଗ କରିଥିଲେ I ପୋଲିସ୍ ଘଟଣାରେ ହସ୍ତକ୍ଷେପ କରି ଆଜି ଭୋର୍ ରୁ ଏକ ଗାଡ଼ି କରି ଛତିଶଗଡ଼ ସୀମା ପର୍ଯ୍ୟନ୍ତ ପଠାଇବାର ବ୍ୟବସ୍ଥା କରିଥିଲେ I ପ୍ରତ୍ୟେକ ଦିନ କିଛି ଅସହାୟ ବ୍ୟକ୍ତି ଓ ରାସ୍ତାରେ ଚାଲି ଚାଲି ଯାଉଥିବା ପ୍ରବାସୀଙ୍କୁ ରନ୍ଧା ଖାଦ୍ୟ ଦେବା ସହ ସାହାଯ୍ୟର ହାତ ବଢାଉଥିବାରୁ ସ୍ଵେଚ୍ଛାସେବୀମାନଙ୍କୁ ପ୍ରୋବେସନ୍ ଡି ଏସ୍ ପି ସଞ୍ଜୟ କୁମାର ମହାପାତ୍ର ପ୍ରଶଂସା କରିବା ସହ ଏହା ଅନ୍ୟ ମାନଙ୍କ ପାଇଁ ଉଦାହରଣ ବୋଲି ପ୍ରକାଶ କରିଥିଲେ I

ଫଟୋ

LEAVE A REPLY

Please enter your comment!
Please enter your name here