ପ୍ରବାସୀ ଓଡ଼ିଆ ସମାଜ ସୁରତ ପକ୍ଷରୁ ସତ୍ୟବାନଙ୍କ ପରିବାରକୁ ୬ଲକ୍ଷ ଟଙ୍କା ସହାୟତା ପ୍ରଦାନ

0
554

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ସୁରତରେ ପୋଲିସ ମାଡ଼ରେ ମୃତ୍ୟୁ ବରଣ କରିଥିବା ସତ୍ୟବାନ ସ୍ବାଇଁଙ୍କ ପରିବାର କୁ ବିଭିନ୍ନ ରାଜନୈତିକ ଦଳ ସହଯୋଗ ର ହାତ ବଢ଼େଇଥିବା ବେଳେ ପ୍ରବାସୀ ଓଡ଼ିଆ ସମାଜ ପକ୍ଷରୁ ମଧ୍ୟ ମୃତ ସତ୍ୟବାନ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ତାଙ୍କ ଆତ୍ମାର ସଦଗତି କାମନା କରାଯାଇଛି। ଏଥି ସହିତ ପ୍ରବାସୀ ଓଡ଼ିଆ ସମାଜର ସମସ୍ତ ଆୟୋଜକଙ୍କ ସହାୟତା ରେ ସତ୍ୟବାନ ଙ୍କ ସ୍ତ୍ରୀ ପ୍ରତିମାଙ୍କ ବ୍ୟାଙ୍କ ଅଫ ବରୋଦା ଆକାଉଣ୍ଟରେ ୬ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିବା ଷୋସିଆଲ ମିଡ଼ିଆ ଜରିଆରେ ସୂଚନା ଦେଇଛନ୍ତି ପ୍ରବାସୀ ଓଡ଼ିଆ ସମାଜର ସଭାପତି ପ୍ରଦୀପ କୁମାର ସାହୁ

LEAVE A REPLY

Please enter your comment!
Please enter your name here