ନୂଆଗଡରେ ଜଳୁନି ଷ୍ଟ୍ରୀଟ୍ ଲାଇଟ୍ !

0
163

ଗଞ୍ଜାମ: ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାର ଗାଁ ପଞ୍ଚାୟତର ନୂଆଗଡ ଗାଁ ରେ ଜଳୁନି ଷ୍ଟ୍ରୀଟ୍ ଲାଇଟ୍ । ବହୁ ଦିନ ହେଲା ମରାମତି ନ ହେବା କାରଣରୁ ଅଚଳ ହୋଇ ପଡ଼ିଛି । ଫଳରେ ଅନ୍ଧାର ହୋଇ ପଡ଼ିଛି କିଛି କିଛି ଅଞ୍ଚଳ। ଷ୍ଟ୍ରୀଟ୍ ଲାଇଟ୍ ଖରାପ ହେତୁ ଦୁର୍ଘଟଣା ମଧ୍ୟ ଘଟୁଛି । ପିଲା ମାନେ ରାତିରେ ଟ୍ୟୁସନ ସାରି ଫେରିବାକୁ ଭୟ କରୁଛନ୍ତି। ସରକାର ପ୍ରତି ପଂଚାୟତର ଗ୍ରାମାଞ୍ଚଳର ଆଲୋକିକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସଠିକ୍ ସମୟରେ ପଞ୍ଚାୟତ ତରଫରୁ ମରାମତି ହେଉନଥିବାରୁ ଏପରି ଅବସ୍ଥା ଦେଖିବାକୁ ମିଳିଛି। ଅଙ୍ଗାର ଗାଁ ପଞ୍ଚାୟତର କିଛି କିଛି ସ୍ଥାନରେ ଲାଇଟ୍ ଖରାପ ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ଲୋକ ପ୍ରତିନିଧି ଓ ପ୍ରଶାସନ ଦୃଷ୍ଟି ନ ଦେବା ଫଳରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ସ୍ଥାନୀୟ ଜନ ପ୍ରତିନିଧି ଓ ପଞ୍ଚାୟତ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ମରାମତି କରିବାକୁ ଦାବି ହୋଇଛି । କିଛି ଦିନ ତଳେ ତରବରିଆ ଭାବେ ମରାମତି ହୋଇଥିବା ବେଳେ ଠିକ୍ ସେ ମରାମତି ନ କରାଯାଇ ଅର୍ଥ ଚଳୁ କରାଯାଇଥିବା ସାଧାରଣରେ ଆଲୋଚନା ଚାଲିଛି ।

ରିପୋର୍ଟ:ନ୍ୟୁଜଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here