ଆନ୍ଧ୍ରପ୍ରଦେଶ ଗ୍ରାନାଇଟ ଫେକ୍ଟ୍ରିରେ ଫସିଥିବା ୨୫୦୦ ଶ୍ରମିକ ହେଲେ ଉଦ୍ଧାର* *ବାଚସ୍ପତି ଏବଂ ଆଇନ ସହାୟକଙ୍କ ହସ୍ତକ୍ଷେପ ପରେ ଆନ୍ଧ୍ରପ୍ରଦେଶର କ୍ୟାବିନେଟ ମନ୍ତ୍ରୀଙ୍କ ସହିତ ଆଲୋଚନା

0
580

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା):ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଓ କୁକୁଡାଖଣ୍ଡି ବ୍ଳକର ବିଭିନ୍ନ ପଂଚାୟତର ପ୍ରାୟ ୨୫୦୦ ଜଣ ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଜିଲ୍ଲାର ଚିମ୍ମାକୁର୍ତି ଅଞ୍ଚଳରେରେ ଗ୍ରାନାଇଟ୍ ଫେକ୍ଟ୍ରୀ ମାନଙ୍କରେ ନାକାବନ୍ଦି ଭଳି ଫସି ରହିଥିଲେ। ସେମାନେ ବହୁତ ଚେଷ୍ଟା କରି ବହୁତ ନେତା ଓ ଅଫିସର ମାନଙ୍କୁ ଯୋଗାଯୋଗ କରି ସେଠାରୁ ମୁକୁଳାଇବା ପାଇଁ ଅନୁରୋଧ କରିଥିଲେ କିନ୍ତୁ ବିଫଳ ହୋଇଥିଲେ । ଓଡିଶା କେମିତି ଫେରିବେ ଚିନ୍ତାରେ ଥିଲେ ଠିକ୍ ଏହି ବିପଦ ସମୟରେ ଅରିକ୍ଷିତ କୁ ଦଇବ ସାହା ଭଳି ଶ୍ରୀ କୁରେଶୁ ରେଡି ଦିଗପହଣ୍ଡି ଅଂଚଳର ଯୁବ ନେତା ତଥା ଓଡିଶା ବାଚସ୍ପତିଙ୍କ ଆଇନ ସହାୟକ ଶ୍ରୀ ରାମକୃଷ୍ଣ ପାଢୀ (ଚଗଲା ଭାଇ)ଙ୍କ ମୋବାଇଲ୍ ନଂ ସେମାନଙ୍କୁ ଦେଇଥିଲେ। ତାଙ୍କୁ ଯୋଗାଯୋଗ କଲାପରେ ସେ ବାଚସ୍ପତିଙ୍କ ଅନୁମତି କ୍ରମେ ସେମାନଙ୍କୁ ସାହାଯ୍ୟର ହାତ ବଢାଇ ଥିଲେ। ସେ ଅନ୍ଧ୍ରପ୍ରଦେଶ ପ୍ରକାଶମ୍ ଜିଲାର ଉପଜିଲ୍ଲା ପାଳ ଓ ସେଠାକାର ଲୋକାଲ MLA ତଥା ମନ୍ତ୍ରୀ ଶ୍ରୀ ବି.ଶ୍ରୀନିବାସ ରେଡିଙ୍କ ସହ କଥାବାର୍ତ୍ତା ହୋଇ ସମସ୍ତଙ୍କୁ ଏହି ନାକାବନ୍ଦିରୁ ବାହାର କରିବା ସହ ଓଡିଶାକୁ ଫେରିବା ପାଇଁ ସବୁ ବ୍ୟବସ୍ଥା କରିଛନ୍ତି। ସେ ସେମାନଙ୍କୁ ଦେବଦୂତ ଭଳି ସାହର୍ଯ୍ୟ କରିଥିବାରୁ ପ୍ରାୟ ୨୫୦୦ ଲୋକ ଶ୍ରୀ ରାମକୃଷ୍ଣ ପାଢୀ(ଚଗଲା ଭାଇ) ଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ ସହିତ ସୁଖ ଦୁଃଖ ରେ ସବୁବେଳେ ରହିବୁ ବୋଲି ନିଷ୍ପତି ନେଇଥିଲେ। ଆମ ଅଂଚଳରେ ଏମିତି ଜଣେ ଯୁବ ନେତା ତିଆରି କରି ଥିବାରୁ ସମସ୍ତେ ମାନ୍ୟବର ବାଚସ୍ପତି ଶ୍ରୀ ସୂର୍ୟ୍ଯନାରାୟଣ ପାତ୍ରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ। ଅନ୍ୟ ରାଜ୍ୟରେ ଫସିଥିବା ଓଡିଆ ଭାଇମାନେ ଯୋଗା ଯୋଗ କଲେ ସେ ଯଥା ସମ୍ଭବ ସାହାଯ୍ୟ କରିବେ ବୋଲି କହିଥିଲେ ।ଏହା ସେଠାରେ ଫସି ରହିଥିବା ଲୋକଙ୍କୁ ବୁଝା ସୁଜା କରୁଥିବା ଦିଗପହଣ୍ଡି ବ୍ଳକର ସିମାଂଚଳ ରେଡ୍ଡି ଜଣାଇଛନ୍ତି

LEAVE A REPLY

Please enter your comment!
Please enter your name here