ପାରଳା ପୋଲିସ ଦ୍ୱାରା ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ

0
346

ପାରଳାଖେମୁଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ମୁଖ୍ୟ ବଜାର ଛକ ଠାରେ ଆଜି ପାରଳା ପୋଲିସ ପକ୍ଷରୁ ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ଵାଇଁଙ୍କ ପ୍ରତକ୍ଷ ତତ୍ତ୍ୱାବଧାନରେ ମାସ୍କ,ସାନିଟାଇଜର ଓ ଶୁଖିଲା ଖାଦ୍ୟ ଯଥା ଵିସ୍କେଟ,ପାନୀୟ ଜଳ ବଣ୍ଟନ କରାଯାଇଥିଲା । ସହରର ଗରିବ ଓ ବୟସ୍କ ଲୋକଙ୍କୁ କରୋନା ରୋଗର ଭୟାବହତା ଉପରେ ଚେତେଇବା ସହ ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଅନୁରୋଧ କରିଥିଲେ । ଘରର ବୃଦ୍ଧ ଲୋକଙ୍କ ଉପରେ ନଜର ରଖିବା ସହ ଅଧିକ ଯତ୍ନ ନେବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ଅନ୍ୟ ପୋଲିସ ଅଧିକାରୀମାନଙ୍କ ମଧ୍ୟରେ ସୁନୀଲ ଦଳାଇ, ଭୋଳନାଥ ପଣ୍ଡା, ଦିବାକର ପ୍ରଧାନ ପ୍ରମୁଖ ଉପସ୍ଥିତି ଥିଲେ ।

LEAVE A REPLY

Please enter your comment!
Please enter your name here