ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତିଙ୍କ ଦ୍ୱାରା ପଟ୍ଟା ରିକ୍ସା ଚାଳକଙ୍କୁ ସହାୟତା ବଣ୍ଟନ

0
360

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପୋଲିସ,ପ୍ରଶାସନ ଏକତ୍ରିତ ହୋଇ ପ୍ରତିଷେଧକ ମୂଳକ ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି କ୍ରମେଃ ଜନତା କର୍ଫ୍ୟୁ ତାପରେ ଲକଡାଉନ ତାପରେ ସଟଡାଉନ ସମସ୍ତେ ମାନି ଚଳୁଛନ୍ତି । କାମ ଧନ୍ଦା ନ ପାଇ ଏଥିରେ ହଇରାଣ ହେଉଛନ୍ତି ସାଧାରଣ ଶ୍ରମିକ,ଗରିବ ଖଟିଖିଆ ଦିନମଜୁରିଆ, ରିକ୍ସା ଚାଳକ, ଅଟୋ ରିକ୍ସା ଚାଳକ । ଯେଉଁମାନେ ଦିନକୁ ଦୁଇ ପଇସା ରୋଜଗାର କରି ପରିବାର ପୋଷଣ କରିଥାନ୍ତି । ଏଭଳି ଅବସ୍ଥାରେ କଂଗ୍ରେସର ଜାତୀୟ ସଭାନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ତଥା ଦେଶର ପ୍ରତ୍ୟେକ ଅଞ୍ଚଳର କଂଗ୍ରେସ କର୍ମୀମାନେ କିଛି ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ ହାତ ବଢେଇଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ବ୍ରହ୍ମପୁର ବଡ଼ ବଜାରର ପଟ୍ଟା ରିକ୍ସା ଚାଳକମାନଙ୍କୁ ଖାଲି ଦିନଟିଏ ପାଇଁ ରନ୍ଧା ଖାଦ୍ୟ ଦେଇ ଆତ୍ମସନ୍ତୋଷ କରିବା ଭଳି କାର୍ଯ୍ୟ ନ କରି ଅନ୍ୟୁନ୍ୟ ଏକ ମାସ ପାଇଁ ଗୋଟିଏ ଲେଖାଏଁ ଚାଉଳ ବସ୍ତା ଓ ଡାଲି ବସ୍ତା ବଣ୍ଟନ କରିଛନ୍ତି । ପଟ୍ଟା ରିକ୍ସା ଚଳାଇ ଦୁଇ ପଇସା ରୋଜଗାର କରି ଘର ପରିପୋଷଣ କରୁଥିବା ଏପରି ଶ୍ରମିକମାନଙ୍କର ଅବସ୍ଥା ଯେ ଏତେ ଦାରୁଣ ହୋଇଯାଇଛି ତାହା ନ ଦେଖିଲେ ଲୋକ ବୁଝି ପାରିବେ ନାହିଁ । ଏହାକୁ ବୁଦ୍ଧିଜୀବୀ ମହଲରେ ଅଶେଷ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here