ଯୋଗୀମାରିରେ କୁଟୁରା ଉଦ୍ଧାର ; ଗ୍ରାମବାସୀ ଙ୍କ ବନ ବିଭାଗ କୁ ହସ୍ତାନ୍ତର

0
508

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଯୋଗୀମାରି ଗ୍ରାମରେ ଆଜି ଅପରାହ୍ନ ୩ ସମୟରେ ଏକ କୁଟୁରା କୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ କୁଟୁରା ଟି ଗ୍ରାମ ପାଖରେ ଥିବା ନଦୀ ପଠା ରେ ଚରୁଥିବା ବେଳେ କୁକୁର ମାନେ ତା ଉପରେ ଆକ୍ରମଣ କରିଥିଲେ। ଫଳରେ କୁଟୁରା ଟି କୌଣସି ଉପାୟ ନ ପାଇ ଗ୍ରାମର ସୂର୍ଯ୍ୟ ନାରାୟଣ ଗୌଡ଼ ଙ୍କ ଘରେ ପଶି ଯାଇଥିଲା। ଏହା ପରେ ଗ୍ରାମର ରତ୍ନେଶ୍ୱର ସେଠୀ ଓ ଗ୍ରାମବାସୀ ମାନେ ପହଂଚି କୁଟୁରା ଟି କୁ ଉଦ୍ଧାର କରିବା ସହ ତାକୁ ପାଣି ଓ ଆଘାତ ଲାଗିଥିବା ସ୍ଥାନରେ ପ୍ରାଥମିକ ଚିକିତ୍ସା କରାଇଥିଲେ। ଅପରପକ୍ଷରେ ବନ ବିଭାଗ କୁ ଖବର ଦେବା ପରେ ବନ ବିଭାଗର କର୍ମଚାରୀ ମାନେ ପହଂଚି କୁଟୁରା ଟିକୁ ଉଦ୍ଧାର କରିବା ସହ ସ୍ଥାନୀୟ ଜଙ୍ଗଲରେ ଛାଡି ଦିଆ ଯାଇଥିବା ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here