ବୁଗୁଡା : କରୋନା ମହାଯୁଦ୍ଧର ସେନାନାୟକ ଓ ଯୋଦ୍ଧା ଏବଂ ଜୀବନଦାତା

0
661

ବୁଗୁଡା(ନ୍ୟୁଜଏକ୍ସଟ୍ରା/ସ୍ୱରୂପ ସୁମନ ମହାରଣା) :କରୋନା ମହାମାରୀ ସାରା ବିଶ୍ୱକୁ ଗ୍ରାସ କରିବାକୁ ଯାଉଥିବା ବେଳେ କରୋନା ସଂକ୍ରମଣ ରୋକିବାକୁ ଯେଉଁ ସଂଗ୍ରାମ ଚାଲିଛି, ଏହା ତୃତୀୟ ବିଶ୍ୱଯୁଦ୍ଧ ବୋଲି ପୃଥିବୀର ସର୍ବ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ମତ ପ୍ରକାଶ କରିଛନ୍ତି।ଭାରତରେ କରୋନା ମହାମାରୀ ବିରୁଦ୍ଧ ଲଢେଇରେ ଆମ ଓଡିଶା ଆଗୁଆ ଅଛି। ଆମ ରାଜ୍ୟ ଓଡିଶାରେ କରୋନା ସହ ଲଢେଇରେ ସର୍ବଶ୍ରେଷ୍ଠରେ ଅଛି ଗଞ୍ଜାମ ଜିଲ୍ଲା। ଏହି ମାହାଯୁଦ୍ଧରେ ଗଞ୍ଜାମ ଜିଲ୍ଲା ରଥର ସାରଥି ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ବ୍ଲକ ପ୍ରଶାସକ, ପୋଲିସ ପ୍ରଶାସକ ଓ ପୌରସଂସ୍ଥା ପ୍ରଶାସକ ବୃନ୍ଦ ସେନାନାୟକ ଭାବେ ସୁଚାରୁଭାବେ ନିଜର ଯୋଦ୍ଧା ମାନଙ୍କୁ ନେଇ ଲଢେଇ ଜାରି ରଖିଥିବା ଯୋଗୁଁ କରୋନା ଭୁତାଣୁ ଆଜି ପର୍ଯ୍ୟନ୍ତ ଗଞ୍ଜାମ ସୀମା ସ୍ପର୍ଶ କରିପାରି ନାହିଁ।ବର୍ତ୍ତମାନ ବୁଗୁଡାର କରୋନା ବିରୋଧୀ ଲଢେ଼ଇ କଥା ବିଚାରକୁ ନେଲେ, ଏହି ମାହାଯୁଦ୍ଧର ମୁଖ୍ୟ ସେନାନାୟକ ହେଲେ ନୋଡାଲ ଅଫିସର ତଥା ବୁଗୁଡା ବ୍ଲକ ବିଡ଼ିଓ ତନ୍ମୟ ପାତ୍ର। ଅଫିସର ହିସାବରେ ଯେପରି ଦକ୍ଷ ସେପରି ସଚ୍ଚୋଟ। ଶ୍ରୀ ପାତ୍ରଙ୍କ ଦକ୍ଷତା ଓ ସଚ୍ଚୋଟତା ବିଷୟରେ ଗୋଟିଏ ଲେଖାଏଁ ଉଦାହରଣ ଯଥେଷ୍ଟ। କେରଳରେ ଫସିଥିବା ବୁଗୁଡା ଓ ପୋଲସରା ବ୍ଲକର ୨୦ ରୁ ଉର୍ଦ୍ଧ୍ବ ଅର୍ଦ୍ଧାହାରରେ ଥିବା ବେଳେ ବୁଗୁଡା ପ୍ରେସ କ୍ଲବ ସାଧାରଣ ସମ୍ପାଦକ ବିଡ଼ିଓ ଶ୍ରୀ ପାତ୍ରଙ୍କୁ ଅବଗତ କରାଇଥିଲେ। ଶ୍ରୀ ପାତ୍ର ସେଠାରେ ଫସି ଥିବା ବୁଗୁଡା ବ୍ଲକର ଚିରିକିପଡା ଗ୍ରାମର ଅରୁଣ ସାହୁଙ୍କ ନିକଟକୁ ତୁରନ୍ତ ଦୁଇ ହଜାର ଟଙ୍କା ପଠାଇବା ସହ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ସେମାନଙ୍କ ଖାଇବାର ବ୍ୟବସ୍ଥା କରାଇଥିଲେ। ସେହିପରି ଜଣେ ବ୍ୟବସାୟୀ ଶ୍ରୀ ପାତ୍ରଙ୍କ ନିକଟକୁ ଫୋନ କରି ତାଙ୍କ ଠାରୁ ସାନିଟାଇଜର କିଣିବାକୁ ଅନୁରୋଧ କରି କହିଥିଲେ ଯେ ” ୨୦୦ ଏମଏଲକୁ ୧୦୦ ଟଙ୍କା ବିଲ କରିବି,ମାତ୍ର ଆପଣଙ୍କ ଠାରୁ ୬୭.୨୦ ଟଙ୍କା ହିସାବରେ ନେବି। ଅର୍ଥାତ ଗୋଟିଏ ବୋତଳରେ ଆପଣଙ୍କୁ ମିଳିବ ୩୨.୮୦ ଟଙ୍କା। ” ବିଡ଼ିଓ ତାଙ୍କୁ କହିଥିଲେ ମୋତେ କମିଶନ ଆବଶ୍ୟକ ନାହିଁ। ଆପଣଙ୍କ ସାନିଟାଇଜର ଦାମ ବହୁତ କମ ଅଛି । ମାତ୍ର ଆପଣ କମ୍ପାନୀର ଆଇ.ଏସ.ଓ. ସାର୍ଟିଫିକେଟର ନକଲ ମୋର ହ୍ଵାଟ୍ସଆପରେ ପଠାଅ, ଯଦି ଉପଯୁକ୍ତ କମ୍ପାନୀ ହୋଇଥିବ ନିଶ୍ଚୟ କ୍ରୟ କରିବି। ବ୍ୟବସାୟୀ ନକଲ ଦେଲେ ନାହିଁ କି ବିଡ଼ିଓ ସେହି ଜିନିଷ କ୍ରୟ କଲେନାହିଁ। ସାନିଟାଇଜର କ୍ରୟ କଲେ ଆସିକା ସରକାରୀ ସମବାୟ ଚିନି ଶିଳ୍ପ ଠାରୁ। ସେହିପରି ଦ୍ଵିତୀୟ ସେନାନାୟକ ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା,ଲକ ଡାଉନ ଆଇନକୁ କାର୍ଯ୍ୟକାରୀ କରିବାକୁ ବୁଗୁଡା ଥାନାର ଅନ୍ୟାନ୍ୟ ଅଫିସର ଓ ପୋଲିସ ବାହିନୀକୁ ନେଇ ଦିବା ରାତ୍ର ଏକାକାର କରି ଲାଗିପଡିଥିଲେ। ସେ ନିଜେ ପୋଲିସ ବାହିନୀ ସହଯୋଗରେ ବାହାରେ ରହୁଥିବା ନିରାଶ୍ରୟ ଓ ଗରିବ ଲୋକଙ୍କୁ ପ୍ରତିଦିନ ଗରମ ରନ୍ଧାଖାଦ୍ୟ ପ୍ରଦାନକୁ ବୁଗୁଡ଼ାର ଦଳମତ ନିର୍ବିଶେଷରେ ସମସ୍ତଙ୍କ ପ୍ରଶଂସାର କରିଛନ୍ତି।ଅନ୍ୟ ଜଣେ ସେନାନାୟକ ବୁଗୁଡା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ଅବଦାନ ମଧ୍ୟ ଅତୁଳନୀୟ। ଅନ୍ୟାନ୍ୟ ଯୋଦ୍ଧା ହେଲେ ଅଗ୍ନିଶମ ବିଭାଗ କର୍ମଚାରୀ, ଏନଏସି ସଫେଇ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ, ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ। ଏମାନଙ୍କ ପରିଶ୍ରମକୁ କୋଟି ସଲାମ। ଆଉ ରହିଲେ ସ୍ୱାସ୍ଥ୍ୟ ବିଭାଗ ଡାକ୍ତର ଓ ସେବା କର୍ମଚାରୀ। ଡାକ୍ତର ମାନଙ୍କୁ ସେନାନାୟକ ବା ଯୋଦ୍ଧା ବୋଲି କହିପାରିବାନାହିଁ। କାରଣ ସେମାନେ ହେଉଛନ୍ତି ଆମ ଦେଶୀୟ ଭାଷାରେ ବୈଦ୍ୟ ଦେବତା। ଡାକ୍ତରମାନେ ହେଇଛନ୍ତି ଜୀବନଦାତା । ବୁଗୁଡ଼ାରେ ଡାକ୍ତର ଶୁଭାଶିଷ ପାଣିଗ୍ରାହୀ, ଦୟାନିଧି ରାଉତ, କାମାକ୍ଷୀ ବିଷୋୟୀ, ଅଂଶୁ ଦାଶ, ସାର୍ଥକ ସଂକେତ ବିଶ୍ୱାଳ, ଦୁର୍ଗାପ୍ରସାଦ ବିଶ୍ୱାଳ, ପଦରାବିନ୍ଦ ଷଡଙ୍ଗୀ, ହିମାଂଶୁ ଶେଖର ପଣ୍ଡା, ଚିନ୍ମୟୀ ସାମନ୍ତରା, କବିତା ଦାଶ, ଓ ପ୍ରତିଶ ରଞ୍ଜନ ସାହୁ ଏବଂ ଫାର୍ମାସିଷ୍ଟ, ନର୍ସ, ଟେକିନସିଆନ, ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରଭୃତିଙ୍କ ନିଷ୍ଠାପର ସେବା ବୁଗୁଡା ଅଞ୍ଚଳବାସୀ କଦାପି ଭୁଲି ପାରିବେ ନାହିଁ। ଯେଉଁ କରୋନା ରୋଗୀ କଥା ଶୁଣିଲେ ଆମେ ଭୟରେ ଗ୍ରାମ ଭିତରକୁ ପ୍ରବେଶ କରିବାକୁ ମନା କରିଥାଉ ସେହି ସନ୍ଦିଗ୍ଧ କରେନା ରେଗୀଙ୍କୁ ଡାକ୍ତରମାନେ ମେଡିକାଲ ଓ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରୀକ୍ଷା କରି ଔଷଧ ଦେଇଥାନ୍ତି। ପଞ୍ଚାୟତ, ବ୍ଲକ, ଏନଏସି ଓ ରାଜସ୍ୱ ବିଭାଗ କର୍ମଚାରୀଙ୍କ ଅବଦାନ ମଧ୍ୟ କମ ନୁହେଁ। ଏହି ସମସ୍ତଙ୍କ ଅବଦାନ ଓ ଜନସାଧାରଣଙ୍କ ସହଯୋଗ ଯୋଗୁଁ ଆଜି ପର୍ଯ୍ୟନ୍ତ କରୋନା ଆମ ସୀମାକୁ ଛୁଇଁ ପାରିନଥିବା ବେଳେ ବାହାର ରାଜ୍ୟରୁ ଫେରିଥିବା ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କ ପାଇଁ ସମସ୍ତେ ପୂର୍ବ ଅପେକ୍ଷା ଅଧିକ ସତର୍କତା ଅବଲମ୍ବନ କରିବା ନିଶ୍ଚିତ । ସର୍ବଦା ସଚେତନ ରହିଲେ ଆମେ ନିଶ୍ଚିତ ବିଜୟୀ ହେବ।

LEAVE A REPLY

Please enter your comment!
Please enter your name here