ବନ ବିଭାଗ ଦ୍ୱାରା ରଣା ସାପ ଉଦ୍ଧାର

0
496

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଆଜି ସନ୍ଧ୍ୟା ସମୟରେ ଏଲଆଇସି କୋଲନୀ ର ପ୍ରଥମ ଗଳି ରେ ଛୋଟ ପିଲା ମାନେ ବାହାରେ ଖେଳୁଥିବା ବେଳେ ହଠାତ ଏକ ବିଷଧର ରଣା ସାପ ବୁଲୁ ଥିବାର ଦେଖି ଥିଲେ। ଏହା ଦେଖୀ ପିଲା ମାନେ ଚିତ୍କାର କରିବାରୁ ସାପଟି ସ୍ଥାନୀୟ ବାସିନ୍ଦା ତଥା ଉତ୍କଳ ଗ୍ରାମୀଣ ବ୍ୟାଙ୍କର କର୍ମଚାରୀ ଉମ ଚରଣ ବେହେରା ଙ୍କ ଘର ବାରଣ୍ଡାରେ ଥିବା ଏକ ଅଖା ଭିତରେ ରହିଯାଇଥିଲା। ଏହା ଦେଖି ଶ୍ରୀ ବେହେରା ବନ ବିଭାଗ କୁ ଖବର ଦେଇଥିଲେ। ବନ ବିଭାଗର ଅଧିକାରୀ ମାନେ ପହଞ୍ଚି ସାପ ଟିକୁ ଉଦ୍ଧାର କରିବା ସହିତ ସ୍ଥାନୀୟ ଜଙ୍ଗଲ ରେ ଛାଡ଼ି ଦେଇଥିବା ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here