ଚୋରା ଦେଶୀ ମଦ ସହ ତିନିଜଣଙ୍କୁ ଗିରଫ କଲା ଖଲ୍ଲିକୋଟ ଅବକାରୀ ବିଭାଗ : ୨ ବାଇକ୍ ଜବତ

0
578

ଖଲ୍ଲିକୋଟ(ନ୍ୟୁଜଏକ୍ସଟ୍ରା/ପ୍ରଦୀପ୍ତ କୁମାର ସାହୁ: ଗଂଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ରାଜେନ୍ଦ୍ର ଭୋତ୍ରାଙ୍କ ନିର୍ଦେଶ କ୍ରମେ ଆଜି ସକାଳ ସମୟରେ ଖଲ୍ଲିକୋଟର ବିଭିନ୍ନ ଅଂଚଳରେ ଅବକାରୀ ବିଭାଗ ଦ୍ବାରା ଚଢ଼ାଉ କରି ୧୩୮ ଲିଟର ବେଆଇନି ଦେଶୀ ମଦ ସହିତ ଦୁଇ ଗୋଟି ବାଇକ ଜବତ କାରାଯାଇଛି।ଏହି ଚଢ଼ାଉ ବେଳେ ତିନି ଜଣ ବେଆଇନ ଚୋରାଚାଲାଣ କାରୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଭେଜିପୁଟ ଗ୍ରାମର ନିର ନାୟକ ,କୋଦଳା କୁସୁନପୁରର ହୃଷିକେଶ ଭୂୟାଁ ଓ ବାଗଲପୁରର ଦଣ୍ଡ ପାଣି ବେହେରାଙ୍କୁ କୋର୍ଟ ଚାଲାଣ କରାଯାଇଛି ।ଅବକାରୀ ନିରିକ୍ଷୀକା ଦିପ୍ତିମୟୀ ସାହୁ , ଖଲ୍ଲିକୋଟ ଅବକାରୀ ଅଧିକାରୀ ଉମାକାନ୍ତ ସ୍ୱାଇଁ ଓ ଅନ୍ୟାନ୍ୟ କର୍ମଚାରୀ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ । ଲକଡାଉନ ଯୋଗୁଁ ସରକାରୀ ମଦ ଦୋକାନ ବନ୍ଦ ଥିବା ବେଳେ ଚୋରା ମଦର ବିକ୍ରି ଅବାଧ ଭାବରେ ବଢି ଚାଲିଛି । ଆଗକୁ ଏମିତି ଚଢ଼ାଉ ଜାରି ରହିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here