ପବିତ୍ର ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଅନୁକୂଳ

0
379

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା):ଆଜି ହେଉଛି ପବିତ୍ର ବୈଶାଖ ଶୁକ୍ଳ ପକ୍ଷ ତୃତୀୟା ଦିବସ ବା ଅକ୍ଷୟ ତୃତୀୟା l ଏହି ପବିତ୍ର ଦିନଟିକୁ ଅତି ଶୁଭ ତିଥିଭାବେ ବିବେଚନା କରି ଓଡ଼ିଆମାନେ ବିଭିନ୍ନ ଶୁଭକାର୍ଯ୍ୟ ଆରମ୍ଭ କରୁଥିବାବେଳେ ଓଡ଼ିଶାର କୃଷକମାନେ ନୂତନ ଚାଷକାର୍ଯ୍ୟ ଲାଗି ନିଜ ନିଜର ଚାଷଜମିରେ ପୂଜା କରିବା ସହିତ ଅକ୍ଷିମୁଠି ଅନୁକୂଳ କରିଥାଆନ୍ତି । ତେବେ କରୋନା ସମ୍ବନ୍ଧିତ ଲକ ଡାଉନ ଯୋଗୁଁ କୃଷକମାନଙ୍କର ଉତ୍ସାହରେ ସାମାନ୍ୟ ଶିଥିଳ ପଡ଼ିଥିଲେବି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଚାଷୀମାନେ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଭୃକ୍ଷେପ ନ’କରି ପାରମ୍ପରିକ ଭାବେ ଜମିରେ ହଳଲଙ୍ଗଳ ଦ୍ୱାରା ଜମିକୁ କର୍ଷଣ କରିଛନ୍ତିି । ବିଭିନ୍ନ ସ୍ଥାନରେ ଚାଷୀମାନେ ଅକ୍ଷିମୁଠି ଅନୁକୂଳ ସହ ପୂଜାର୍ଚ୍ଚନା କରିବା ଦେଖାଯାଇଛି । ବଳଦ ସହିତ ଲଙ୍ଗଳ ଦ୍ୱାରା ଚାଷଜମି ହଳ କରିବା ସହିତ ଜମିରେ ଧାନ ବୁଣିଛନ୍ତି କୃଷକମାନେ ।

LEAVE A REPLY

Please enter your comment!
Please enter your name here