କରୋନା ଏକ୍ସପ୍ରେସରେ ଚେନ୍ନାଇରୁ ଖଇରିଖମା ସାତଦିନ

0
1024

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା):କରୋନା ସମ୍ବନ୍ଧିତ ଲକ ଡାଉନରେ ସମସ୍ତେ କିଛିନାକିଛି ପ୍ରଭାବିତ ହୋଇଥିବା ବେଳେ ସବୁଠାରୁ ଅଧିକ କଷ୍ଟ ସ୍ୱୀକାର କରୁଛନ୍ତି କାମଧନ୍ଦା ପାଇଁ ବାହାର ରାଜ୍ୟକୁ ଯାଇଥିବା ଶ୍ରମିକ l ଦେଶର ବିଭିନ୍ନ ରାଜ୍ୟରେ ଫସିରହିଛନ୍ତି ଏମାନେ l କୌଣସି ମତେ ଜୀବିକା ନିର୍ବାହ କରୁଥିବା ଏହି ଶ୍ରମିକ ମାନେ ଘରମୁହାଁ ହେବାକୁ ଚାତକ ଭଳି ଚାହିଁ ରହିଛନ୍ତି l ସୁବିଧା ମିଳିଲେ ଘରକୁ ଫେରିବାକୁ ବ୍ୟଗ୍ର, କିନ୍ତୁ ଲକ ଡାଉନ ଏମାନଙ୍କୁ ନିରାଶ କରିଛି l କିନ୍ତୁ କିଛି ଦୃଢ଼ମନା ଶ୍ରମିକ ଯେକୌଣସି ମତେ ଘରକୁ ଫେରିବା ଦେଖାଯାଉଛି l ଘର ଯେତେଦୂର ହେଉପଛେ କିଛି ଫରକ ପଡୁନି l ଏମିତ ଏକ ଘଟଣାକ୍ରମରେ ଜଣେ ଯୁବକ ଦୀର୍ଘ 1250 କିଲୋମିଟର ରାସ୍ତା ଅତିକ୍ରମ କାରି ଘରେ ପହଂଚିବା ଗ୍ରାମବାସୀଙ୍କୁ ଆଚମ୍ବିତ କରିଛି, ତାହାପୁଣି ସାଇକେଲରେ l ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ଼ଖଇରିଖମା ଗ୍ରାମର ଯୁବକ ଜିତେନ୍ଦ୍ର କୁମାର ଜେନା (24) କାମକରନ୍ତି ସୁଦୂର ଚେନ୍ନାଇ ସହରରେ l ଲକ ଡାଉନ ଯୋଗୁଁ କାମଧନ୍ଦା ହରାଇ ନିରାଶ ହେବାପରେ କୌଣସି ମତେ ଗ୍ରାମକୁ ଯିବାକୁ ମନସ୍ତ କଲେ l ଯାନବାହାନ ବନ୍ଦ ଯୋଗୁଁ ଏକ ସାଇକେଲ ଯୋଗାଡ଼ କରି ଗ୍ରାମ ଅଭିମୁଖେ ବାହାରିଲେ l ଗତ 16 ତାରିଖରୁ ଯାତ୍ରା ଆରମ୍ବ କରି ସାତଦିନ ପରେ 23 ତାରିଖରେ ଗ୍ରାମରେ ପହଂଚି ସରପଞ୍ଚ ମିନତୀ ବାରିକ ଆଗରେ ସମସ୍ତ ଦୁଃଖ ବଖାଣିଥିଲେ l ଚେନ୍ନାଇରୁ ପ୍ରଥମେ ଚାରିଦିନରେ ବିଜୟୱାଡା ପହଞ୍ଚିଥିଲେ l ରାସ୍ତାରେ ବିଭିନ୍ନ ମନ୍ଦିର ଏବଂ ପେଟ୍ରୋଲ ପମ୍ପରେ ବିଶ୍ରାମ କରି କେଉଁଠି ଖାଦ୍ୟ କେଉଁଠି ପାଣି ପିଇ ଭୋକ ମେଂଟାଇଥିଲେ l ସେଇଠୁ ଏକ ଟ୍ରକ ଯୋଗେ ଶ୍ରୀକାକୁଲମ ପହଂଚିଲାପରେ ପୁଣି ସାଇକେଲ ଯୋଗେ ଗୁରବାର ତିନି ଘଣ୍ଟ ସମୟରେ ନିଜ ଗ୍ରାମ ବଡ଼ଖଇରିଖମାରେ ପହଞ୍ଚିଥିଲେ l ସେଠାରୁ ତାଙ୍କୁ ତିନିଦିନ ଲାଗିଥିଲା l ଖବରପାଇ ସରପଞ୍ଚ ମିନତୀ ବାରିକ ତାଙ୍କୁ ସାକ୍ଷାତ କରି ସମସ୍ତ ବିଷୟ ଅବଗତ ହେବାପରେ ବିଦ୍ୟାଳୟରେ ତାଙ୍କୁ 14 ଦିନ ପାଇଁ କ୍ଵାରେଣ୍ଟାଇନରେ ରଖାଯାଇଛି l ତାଙ୍କ ଉପରେ ପ୍ରଶାସନର ନଜର ରହିଛି l 

LEAVE A REPLY

Please enter your comment!
Please enter your name here