ଲୁହା ପାଇପ ବୋଝେଇ ଟ୍ରଲର ଦୁର୍ଘଟଣା ଗ୍ରସ୍ତ

0
468

ଭଞ୍ଜନଗର:ଭଞ୍ଜନଗର ଥାନା ଅଧିନ ଭଞ୍ଜନଗର – ଦଶପଲ୍ଲା ରାସ୍ତା ପହଣ୍ଡା ଛକ ଠାରେ ଏକ ଲୁହା ପାଇପ ବୋଝେଇ ୧୮ଚକିଆ ଟ୍ରଲର ମଧ୍ୟପ୍ରଦେଶ ରୁ ଆସ୍କା ଅଭିମୁଖେ ଆସୁଥିବା ବେଳେ ବୁଲାଣି ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗାଡ଼ି ର ମୁଣ୍ଡ ଠାରୁ ପଛଭାଗଟି ଅଲଗା ହୋଇ ଓଲଟି ପଡିଛି । ଯାହା ଫଳରେ ବୋଝେଇ ପାଇପ ଗୁଡିକ ନିକଟ କ୍ଷେତ ମଧ୍ୟରେ ପଡିରହିଛି । ଗାଡିର ମୁଣ୍ଡ ଭାଗଟି ରାସ୍ତା କଡରେ ଠିଆ ହୋଇ ରହିଛି । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି। ଭୋରରୁ ଏହି ଘଟଣା ଘଟିଥିବା କାରଣରୁ ରାସ୍ତାରେ କେହିନଥିଲେ । ଏଣୁ ଏଥିରେ କେହି ମଧ୍ୟ ମୃତାହତ ହୋଇନାହଁନ୍ତି । ନଚେତ ଏହା ଅନେକ କ୍ଷତି ଘଟାଇଥାନ୍ତା ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ପୁଲିସ ପଂହିଛି ଘଟଣାର ତଦନ୍ତ କରୁଛି।

ରିପୋର୍ଟ/ ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here