ଗାଈଗୋରୁଙ୍କୁ ରନ୍ଧା ଖାଦ୍ୟ ବଣ୍ଟନରେ ସାମିଲ ହେଲେ ପୋଲିସ ଓ ପ୍ରଶାସନିକ ଅଧିକାରୀ

0
325

ବେଲଗୁଣ୍ଠା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):କରୋନା ପ୍ରଭାବରେ ଲକ୍ ଡାଉନ ଓ ସଟ୍ ଡାଉନ୍ ପାଇଁ ଦୋକାନବଜାର ବନ୍ଦ ଥିବା ବେଳେ ସମସ୍ତ ସାମାଜିକ କାର୍ଯ୍ୟକ୍ରମ,ଭୋଜିଭାତ,ହୋଟେଲ ସବୁ ବନ୍ଦ ଥିବାରୁ ବେଲଗୁଣ୍ଠା ସହରରେ ବୁଲା ଗାଇଗୋରୁ ଓ କୁକୁରଙ୍କୁ ଖାଇବାକୁ ମିଳୁନାହିଁ ।ଫଳରେ ସେମାନେ ବାହାରେ ପଡିଥିବା ବିଭିନ୍ନ ପ୍ରକାର ଅଳିଆ,ଆବର୍ଜନା, ପଲିଥିନ ଖାଉଥିବା ଦେଖିବାକୁ ମିଳୁଛି ଏବଂ ଭୋକରେ ଥିବାରୁ ଶରୀର କ୍ଷୀଣ ହୋଇ ଦିନତମାମ ଗୋଟିଏ ଜାଗାରେ ପଡିରହିଥିବା ଲକ୍ଷ୍ୟ କରାଯାଇଛି ।ଲକ୍ ଡାଉନ୍ ର ସିଧାସଳଖ ପ୍ରଭାବ ସେମାନଙ୍କ ଉପରେ ପଡିଛି ଏବଂ ଅନାହାର ରେ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି ସହରର ବୁଲା ଗାଇ,ଗୋରୁ,ଷଣ୍ଢ ଓ କୁକୁର ।ଏଥିପାଇଁ ଆଜି ବେଲଗୁଣ୍ଠା ପୋଲିସ ଓ ପ୍ରେସ କ୍ଳବ ର ମିଳିତ ସହଯୋଗରେ ସହରର ଅନାହାରରେ ଥିବା ବୁଲା ପଶୁ ମାନଙ୍କୁ ରନ୍ଧା ଖାଦ୍ୟ ପରିବେଷଣ କରାଯାଇଛି ।ଏଥିରେ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ,ଅତିରିକ୍ତ ତହସିଲଦାର ଧରଣୀଧର ବେହେରା,ଏଏସଆଇ କୃଷ୍ଣ ଚନ୍ଦ୍ର ସେଠୀ, ପ୍ରେସ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, କନେଷ୍ଟବଳ ସରୋଜ ଦାସ,ଉପ ସଭାପତି ଅଶ୍ୱିନୀ କୁମାର ମହାନ୍ତି, କୋଷାଧ୍ୟକ୍ଷ ପ୍ରଭାତ କୁମାର ସାହୁ,ସୁଶାନ୍ତ କୁମାର ବେହେରା, ଚନ୍ଦନ କୁମାର ସାହୁ, ଶିବରାମ ଚୌଧୁରୀ,ସୁରେଶ ସୁବୁଦ୍ଧି, ବାଳକୃଷ୍ଣ ପାତ୍ର ଓ ଡ଼ମ୍ବୁରୁ ଜେନା ପ୍ରମୂଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here