ମାନବିକତାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଗୋଶାଣିନୁଆଗାଁ ଥାନା ଅଧିକାରୀ

0
767

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ)ସାରା ବିଶ୍ୱରେ କରୋନା ମହାମାରୀରେ ସମସ୍ତ ସହର ଲକ୍ ଡ଼ାଉନ୍ ରେ ବର୍ତମାନ ଶୋଇ ପଡିଥିବା ବେଳେ ଦୋକାନ,ବଜାର,ମନ୍ଦିର,ମସଜିଦ,ଆହାର କେନ୍ଦ୍ର ବନ୍ଦ ରହିଛି । ଯାହା ଫଳରେ ବାହାରେ ଯାଯାବର ଜୀବନ ଯାପନ କରୁଥିବା ବେସାହାରାଙ୍କୁ ଗଣ୍ଡେ ଓଳିଏ ଖାଇବା ମିଳିବା ସାତ ସପନ ହୋଇଯାଇଛି । ଏଣେତେଣେ ବୁଲୁଥିବା ଏହି ଭୋକିଲା ବେସାହାରାଙ୍କ ଦେବଦୂତ ପାଲଟି ପେଟକୁ ଗଣ୍ଡେ ଆହାର ଯୋଗାଉଛନ୍ତି ଅନେକାଂଶରେ ଆମ ଓଡ଼ିଶା ପୋଲିସ ।ଏମିତି ଜଣେ ପୋଲିସ ଅଧିକାରୀ ହେଲେ ବ୍ରହ୍ମପୁର ସହରର ଗୋଶାଣିନୁଆଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସୁମିତ୍ ସୋରେନ୍ । ଏଭଳି ଘଡିଶନ୍ଧି ମୁହୂର୍ତ୍ତରେ ନିଜ ପରିବାର କଥା ଚିନ୍ତା ନ କରି ଦିନରାତି ଏକ କରି ପେଟ୍ରୋଲିଂ ସମୟରେ ଦିନକୁ ପ୍ରାୟ ୩୦୦ ପ୍ୟାକେଟ ଖାଇବା ନିଜ ପୋଲିସ ଭ୍ୟାନରେ ଧରି ସହରର ଯେ କୌଣସି ବେସାହାରା ଭୋକିଲାଙ୍କୁ ଦେଖିବା କ୍ଷଣି ଖାଦ୍ୟ,ପାନୀୟ ଓ ମାସ୍କ ଯୋଗାଇ ଦେଇଥାନ୍ତି । ଏହି ଖାଦ୍ୟ ପ୍ୟାକଟର ଖର୍ଚ୍ଚ ନିଜେ ବହନ କରି ନିଜ ଥାନାର ସମସ୍ତ ପୋଲିସ ଅଧିକାରୀଙ୍କ ସହ ମିଶି ଖାଦ୍ୟ ଯୋଗାଉଛନ୍ତି । ଏତଦ ବ୍ୟତୀତ ଯେକୌଣସି ବ୍ୟକ୍ତି ସାହାର୍ଯ୍ୟ ଲାଗି ଫୋନ କରିବା କ୍ଷଣି ପହଞ୍ଚି ଯାଇଥାନ୍ତି ସାହାର୍ଯ୍ୟ କରିବାପାଇଁ । ସହରରେ ଫସି ରହିଥିବା ପରିବାରର ସଦସ୍ୟଙ୍କୁ ନିଜ ଗ୍ରାମକୁ ନିଜ ପୋଲିସ ଭ୍ୟାନ୍ ରେ ନେବାର ବନ୍ଦୋବସ୍ତ କରିବା ସାଙ୍ଗକୁ ମେଡ଼ିକାଲ ସେବା ମଧ୍ୟ ଯୋଗାଇଥାନ୍ତି । ସହରରେ କୌଣସି ଲୋକଙ୍କୁ ମାସ୍କ ବ୍ୟବହାର କରୁନଥିବା ଦେଖିଲେ ସେମାନଙ୍କୁ ତାଗିଦ କରିବା ସହ ମାସ୍କ୍ ଯୋଗାଇ ଦେଇଥାନ୍ତି । କିଛିଦିନ ପୂର୍ବେ ବ୍ରହ୍ମପୁର ଗସ୍ତରେ ଆସି ଓଡିଶା ଡିଜିପି ମଧ୍ୟ ତାଙ୍କର ଏହି ନିଷ୍ଠାପର କାର୍ଯ୍ୟକୁ ଢେର ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here