ଶବ ସତ୍କାର ପରେ କ୍ୟାରେଣ୍ଟାଇନ ହୋମ ଗଲେ ୨ଜଣ

0
466

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଭଞ୍ଜନଗର ବ୍ଳକ ଅନ୍ତର୍ଗତ ବଡକୋଦଣ୍ଡା ଗ୍ରାମର କାଶୀନାଥ ପ୍ରଧାନ ଙ୍କ ପୁଅ ସୁରିୟା ପ୍ରଧାନ ଚେନ୍ନାଇ ରେ ରହି କାମ କରୁଥିବା ବେଳେ ସେଠାରେ କୋଣସି କାରଣ ରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏକ ସ୍ୱତନ୍ତ୍ର ଗାଡି ଯୋଗେ ଚେନ୍ନାଇ ରୁ ଆସି ଶବ ପହଂଚିବା ପରେ ଗାଁ ସ୍ୱଶାନ ରେ ଶବ ସତ୍କାର କରାଯାଇଥିଲା। ପରେ ବି.ଡି.ଓ ଅନିଲ କୁମାର ସେଠୀ ଓ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଗାଁ ରେ ପହଂଚି ତଦାରଖ କରିବା ସହ ଶବ କୁ ଚେନ୍ନାଇ ରୁ ନେଇ ଆସିଥିବା ବଡକୋଦଣ୍ଡା ଗ୍ରାମର ନବକୃଷ୍ଣ ବିଷୋୟୀ ଓ ରାମହରି ନାୟକ ଙ୍କୁ ବଡକୋଦଣ୍ଡା ହାଇସ୍କୁଲରେ ହୋଇଥିବା କ୍ୟାରେଣ୍ଟାଇନ ହୋମ ରେ ରଖାଯାଇଥିବା ବି.ଡି.ଓ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here