ସୂଚନା ଅଧିକାର ଆଇନରେ ସଂଶୋଧନକୁ ବିରୋଧ, ହୁଇସିଲ ବ୍ଲୋୱେର ଆଇନ ଲାଗୁ କରିବାକୁ ଦାବୀ।

0
669

ବ୍ରହ୍ମପୁର ୨୨/୦୭:(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଏକତରଫା ଭାବେ ସଂସଦରେ ପ୍ରସ୍ତାବ ଆଗତ କରି ସୂଚନା ଅଧିକାର କମିଶନଙ୍କ କ୍ଷମତାକୁ ସଙ୍କୁଚିତ କରିବାକୁ ଉଦ୍ୟମ କରୁଛି ବିଜେପି। ଯାହାକୁ ଦେଶବ୍ୟାପୀ ବିରୋଧ କରାଯାଇଛି। ସେହିଭଳି ଦିନକୁଦିନ ରାଜ୍ୟରେ ଏପରିକି ଦେଶରେ ସାମ୍ବାଦିକଙ୍କ ପ୍ରତି ହେଉଥିବା ଆକ୍ରମଣକୁ ତୀବ୍ର ସମାଲୋଚନା କରିଛନ୍ତି ବ୍ରହ୍ମପୁର ସହରର କିଛି ଗଣ ସଂଗଠନ। ଉଭୟ କ୍ଷେତ୍ରରେ ଅର୍ଥାତ ସୂଚନା ଅଧିକାର କର୍ମୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ପାଇଁ ଦେଶରେ ହୁଇସିଲ ବ୍ଲୋୱେର ଆଇନ ଲାଗୁ କରିବାକୁ ଦାବି କରିଛନ୍ତି। ଆଜି ଏହି ପରିପ୍ରେକ୍ଷୀରେ ଭିଭିନ୍ନ ସଂଗଠନର ସଦସ୍ୟମାନେ କମାପଲ୍ଲୀ ଛକ ଠାରୁ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ନିକଟରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆର ଡି ସିଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here